ବିଜେପି ମୁଖପାତ୍ର ସମ୍ବିତ ପାତ୍ରଙ୍କ ବିରୋଧରେ ମାନହାନୀ ମୋକଦ୍ଦମା ଦାୟର । ମାମଲା ଦାୟର କଲେ କଂଗ୍ରେସ ବିଧାୟକ ଇଂ. ମହମ୍ମଦ ମୋକିମ୍

ଜାମ୍ମୁ କାଶ୍ମୀର ସମସ୍ୟା ପାଇଁ କଂଗ୍ରେସ ଓ ନେହେରୁ ଦାୟୀ । ପଢନ୍ତୁ, ଏପରି କାହିଁକି କହିଲେ ବିଜେପି ମୁଖପାତ୍ର?

କନକ ବ୍ୟୁରୋ: ବିଜେପି ମୁଖପାତ୍ର ଡ. ସମ୍ବିତ ପାତ୍ରଙ୍କ ବିରୋଧରେ ମାନହାନି ମୋକଦ୍ଦମା ଦାୟର । ପରୀ ମାମଲାରେ ଅରୁଚିକର ଓ ଅଶାଳୀନ ଆରୋପର ପ୍ରତିବାଦ କରି ମାମଲା ଦାୟର କଲେ କଂଗ୍ରେସ ବାରବାଟୀ-କଟକ ବିଧାୟକ ଇଂ. ମହମ୍ମଦ ମୋକିମ୍ ।

ପରୀ ହତ୍ୟା ଘଟଣାକୁ ନେଇ ଗତ ନଭେମ୍ବର ୩୦ ତାରିଖରେ ବିଜେପି ମୁଖପାତ୍ର ସମ୍ବିତ ପାତ୍ର ବିଭିନ୍ନ ଜାତୀୟ ଗଣମାଧ୍ୟମରେ କଂଗ୍ରେସର ନଅ ଜଣ ବିଧାୟକଙ୍କ ବିରୋଧରେ ଅନେକ ଅଶାଳୀନ ଓ ଅରୁଚିକର ମନ୍ତବ୍ୟ ଦେଇଥିଲେ । ବିଧାୟକମାନେ ଶାସକ ଦଳଠାରୁ ଟଙ୍କା ଖାଇଥିବା ନେଇ ସମ୍ବିତ ଗଣମାଧ୍ୟମରେ କହିଥିଲେ । ଏପରିକି ଏହି ଘଟଣାରେ ସେ କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କୁ ମଧ୍ୟ ଟାଣିଥିଲେ । ଯାହାକୁ ପ୍ରତିବାଦ କରି ତାଙ୍କ ବିରୋଧରେ ଡିସେମ୍ବର ୭ ତାରିଖରେ ପ୍ରଥମେ ଓକିଲ ନୋଟିସ୍ ଜାରିକରିଥିଲେ କଂଗ୍ରେସ ବିଧାୟକ ଇଂ. ମହମ୍ମଦ ମୋକିମ୍ ।

ସମ୍ବିତଙ୍କ ଏହି ମନ୍ତବ୍ୟ ଦ୍ୱାରା କଂଗ୍ରେସ ବିଧାୟକମାନଙ୍କ ସ୍ୱାଭିମାନକୁ ଉପହାସ କରାଯାଇଛି । ଏହାଦ୍ୱାରା ସେମାନଙ୍କ ଆତ୍ମସମ୍ମାନରେ ମଧ୍ୟ କ୍ଷତି ଘଟିଛି । ତେଣୁ ସମ୍ବିତ ପାତ୍ର ଏଥିପାଇଁ ସର୍ବସାଧାରଣରେ କ୍ଷମା ପ୍ରାର୍ଥନା କରନ୍ତୁ ବୋଲି ମୋକିମ୍ ଏହି ନୋଟିସରେ ଦାବି କରିଥିଲେ । ଏହାରି ଭିତରେ ଦୀର୍ଘ ଦେଢ ମାସ ବିତିଯାଇଥିଲେ ମଧ୍ୟ ସମ୍ବିତ କ୍ଷମା ପ୍ରାର୍ଥନା କରିନାହାନ୍ତି । ଶେଷରେ କଂଗ୍ରେସ ବିଧାୟକ ମୋକିମ୍ ବିଜେପି ମୁଖପାତ୍ର ସମ୍ବିତ ପାତ୍ରଙ୍କ ବିରୋଧରେ ଭାରତୀୟ ପିଙ୍ଗଳ କୋଡ୍ ଅନୁଯାୟୀ ଏସଡିଜେଏମ୍ କୋର୍ଟରେ ମାନହାନୀ ମୋକଦ୍ଦମା ଦାୟର କରିଛନ୍ତି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe