କନକ ବ୍ୟୁରୋ: ହରିଣକୁ ଉଦ୍ଧାର କଲେ ଗ୍ରାମବାସୀ । ବ୍ରହ୍ମଗିରି ରେଞ୍ଜ ସାନପାଟଣା ଗାଁ ଠାରେ ଥିବା ତ୍ରିନାଥ ମନ୍ଦିର ଗେଟ ଭିତରେ ମୁଣ୍ଡ ଗଳାଇ ପଶିଯାଇଥିଲା ହରିଣ । ଗେଟରେ ହରିଣର ମୁଣ୍ଡ ଫସିଯାଇଥିଲା, ବାହାରକୁ ଆଉ ବାହାରି ପାରିନଥିଲା । ମନ୍ଦିର ପୂଜକ ଦେଖି ଗାଁ ଲୋକଙ୍କୁ ଡାକିଥିଲେ । ଲୋକେ ଗେଟ୍ କାଟି ହରିଣକୁ ବାହାର କରିଥିଲେ । ବନବିଭାଗ ଘଟଣା ସ୍ଥଳରେ ପହଞ୍ଚି ହରିଣକୁ ଉଦ୍ଧାର କରିଛି ।
ମନ୍ଦିର ଗେଟରେ ଫସିଲା ହରିଣ ମୁଣ୍ଡ, ଉଦ୍ଧାର କଲେ ଗ୍ରାମବାସୀ
/kanak/media/post_attachments/wp-content/uploads/2023/03/vlcsnap-2023-03-18-12h15m11s402.jpg)