ଦୀପବିରଙ୍କ ବିବାହକୁ ପୁରିଲା ବର୍ଷେ । ସୋସିଆଲ୍ ମିଡିଆରେ ଦମ୍ପତିଙ୍କୁ ଛୁଟିଲା ଶୁଭେଚ୍ଛାର ସୁଅ , ଦମ୍ପତିଙ୍କ ଫଟୋକୁ ପୋଷ୍ଟ୍ କଲେ ପ୍ରଶଂସକ ।  

ଦୀପବିରଙ୍କ ବିବାହକୁ ପୁରିଲା ବର୍ଷେ । ସୋସିଆଲ୍ ମିଡିଆରେ ଦମ୍ପତିଙ୍କୁ ଛୁଟିଲା ଶୁଭେଚ୍ଛାର ସୁଅ , ଦମ୍ପତିଙ୍କ ଫଟୋକୁ ପୋଷ୍ଟ୍ କଲେ ପ୍ରଶଂସକ ।  

ବଲିଉଡର ରାମ-ଲୀଲା,ବାଜିରାଓ-ମସ୍ତାନି ଏବଂ ଖିଲଜି-ପଦ୍ମାବତୀ ଭୂମିକାରେ ଦର୍ଶକଙ୍କ ଖୁବ୍ ମନୋରଞ୍ଜନ କରାଇଥିôବା ପ୍ରେମୀଯୁଗଳ ତଥା ଦମ୍ପତି ରଣବୀର୍ ସିଂହ ଓ ଦୀପିକା ପାଦୁକୋନଙ୍କ ବିବାହକୁ ପୁରିଛି ବର୍ଷେ ।

publive-image

ଏହି ଦମ୍ପତି ଇଟାଲିର ଲେକ୍ କୋମୋ ଠାରେ ନଭେମ୍ବର ୧୪ ତାରିଖରେ ବିବାହ କରିଥିଲେ । ସେତେବେଳେ ବଲିଉଡର ଏହି ଲୋକପ୍ରିୟ ଯୋଡିଙ୍କ ବିବାହର ସୁନ୍ଦର ସୁନ୍ଦର ଫଟୋ ସୋସିଆଲ ମିଡିଆରେ ଖୁବ ଭାଇରାଲ ହୋଇଥିଲା । ବିବାହର ସମସ୍ତ ଫଟୋରେ ଦୀପିକା ଓ ରଣବୀର ନୂଆ ଲୁକରେ ନଜର ଆସିଥିଲେ । ଏହାକୁ ଦେଖି ପ୍ରଶଂସକମାନେ ଖୁବ ଉତ୍ସାହିତ ହୋଇଥିଲେ ।ବିବାହର ବର୍ଷେ ପରେ ମଧ୍ୟ ପ୍ରଶଂସକଙ୍କ ମନରେ ଏହି ଦମ୍ପତିଙ୍କ ପ୍ରେମ ଏବଂ ବିବାହର ସ୍ମୃତି ସାଇତା ହୋଇ ରହିଛି ।

publive-image
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe