ଆଜି ଅଯୋଧ୍ୟାରେ ଦୀପାବଳି ମହୋତ୍ସବ ଉଦଘାଟନ କରିବେ ଯୋଗୀ ଆଦିତ୍ୟନାଥ,ଜଳିବ ୧୨ ଲକ୍ଷ ଦୀପ

Advertisment
ଆଜି ଅଯୋଧ୍ୟାରେ ଦୀପାବଳି ମହୋତ୍ସବ ଉଦଘାଟନ କରିବେ ଯୋଗୀ ଆଦିତ୍ୟନାଥ,ଜଳିବ ୧୨ ଲକ୍ଷ ଦୀପ

କନକ ବ୍ୟୁରୋ : ଅଯୋଧ୍ୟାରେ ‘ଦପୋତ୍ସବ’ ଭାବେ ପରିଚିତ ଦୀପାବଳୀ ଉତ୍ସବର ଉଦଘାଟନ କରିବେ ୟୁପି ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ । ଏହି ଅବସରରେ ଯୋଗୀ କେତେଗୁଡିଏ ସାଂସ୍କୃତିକ କାର୍ଯ୍ୟକ୍ରମରେ ଅଧ୍ୟକ୍ଷତା କରିବା ସହ ଅଯୋଧ୍ୟା ଭିଜନ ଡକୁମେଣ୍ଟ ରିଲିଜ୍ କରିବାର କାର୍ଯ୍ୟକ୍ରମ ରହିଛି ।

ସୂଚନାଯୋଗ୍ୟ ସୋମବାର ସନ୍ଧ୍ୟାରୁ ପ୍ରାଚୀନ ନଗରୀ ଅଯୋଧ୍ୟାରେ ମହାଆଡ଼ମ୍ବରରେ ଦୀପୋତ୍ସବ ପାଳନ ଆରମ୍ଭ ହୋଇଛି। ଏହି ଅବସରରେ ‘ରାମ୍‌ କୀ ପୈଦୀ ଘାଟ’ରେ ରଙ୍ଗିନ ଆଲୋକମାଳିକାରେ ଉଦ୍‌ଭାସିତ ହୋଇଥିଲା।

ଏହି ଘାଟ ହେଉଛି ‘ଦୀପୋତ୍ସବ ୨୦୨୧’ର ମୁଖ୍ୟ ସ୍ଥାନ ଏବଂ ଦୀପାବଳି ଅବ୍ୟବହିତ ପୂର୍ବରୁ ଏଠାରେ ୯ ଲକ୍ଷ ମାଟିଦୀପ ପ୍ରଜ୍ଜ୍ୱଳନ କରାଯିବ। ଏବର୍ଷକୁ ମିଶାଇ କ୍ରମାଗତ ୫ ବର୍ଷ ପାଇଁ ‘ଦୀପୋତ୍ସବ’ ପାଳନ କରାଯାଉଛି। ‘ରାମକଥା ଉଦ୍ୟାନ’ରେ ‘ଶିଳ୍ପ ବଜାର’ ଉଦ୍‌ଘାଟନ ସହ ଏହି ଉତ୍ସବ ପାଳନ ଆରମ୍ଭ ହେବ।

ଉଦ୍‌ଘାଟନୀ ଦିବସରେ ନାଗପୁରର ପ୍ରସିଦ୍ଧ ଓ୍ଵାତକର୍‌ ଭଗ୍ନୀ ଭାଗ୍ୟଶ୍ରୀ ଏବଂ ଧନଶ୍ରୀ ରାମାୟଣର କେତେକ ଅଂଶ ଗୀତ ଆକାରରେ ପରିବେଶଣ କରିବେ। ଲକ୍ଷ୍ନୌରର ଈଶା ରତନ ଓ ମିଶା ରତନ କଥକ ନୃତ୍ୟ ପରିବେଶଣ କରିବା ବେଳେ ପ୍ରଖ୍ୟାତ ଭଜନ ଗାୟକ ଅନୂପ ଜଲୋଟା ଭକ୍ତିସଙ୍ଗୀତ ଗାୟନ କରିବେ।

ନେପାଳର ଜନକପୁରରୁ ଆସିଥିବା ନାଟ୍ୟଦଳ ରାମାୟଣ ଆଧାରିତ ନାଟ୍ୟ ପରିବେଶଣ କରିବେ। ଦୀପୋତ୍ସବ ଅବସରରେ ଅଯୋଧ୍ୟାର ଗଳିପ୍ରଗଳିରେ ଥିବା ସମସ୍ତ ମନ୍ଦିରରେ ଦୀପାଳି ଜଳିବ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe