ଦୀପର ଆଲୋକରେ ଝଲସୁଛି ରାମନଗରୀ ଅଯୋଧ୍ୟା । ସରାୟୁ ତଟରେ ଜଳୁଛି ୫ଲକ୍ଷରୁ ଅଧିକ ଦୀପ ।

100
କନକ ବ୍ୟୁରୋ: ଦୀପୋତ୍ସବରେ ଝଲସୁଛି ଅଯୋଧ୍ୟା ନଗରୀ । ୫ଲକ୍ଷ ୫୧ ହଜାର ଦୀପର ଆଲୋକରେ ଝଲସୁଛି ସରଜୁ ତଟ । ଦୀପର ଦୀପାଳିରେ ସରଜୁ ନଦୀର ପାଣି ଆହୁରି ମନୋରମ ହୋଇଉଠିଛି । ଏଥିସହ ସାଂସ୍କୃତିକ କାର୍ଯ୍ୟକ୍ରମ ଅଯୋଧ୍ୟା ନଗରୀର ସୌନ୍ଦର୍ଯ୍ୟକୁ ବହୁ ଗୁଣିତ କରିଛି । ଲେଜର ଲାଇଟରେ ରାମକଥାକୁ ବ୍ୟାଖ୍ୟା କରାଯାଉଛି । ଆର୍କଷଣୀୟ ସାଜସଜ୍ଜାରେ ଝଲସୁଛି ପ୍ରଭୁ ଶ୍ରୀରାମଙ୍କ ନଗରୀ । ଅଯୋଧ୍ୟାରେ ଅଦୁଭୂତ ସାଜସଜା ସହ ଆରମ୍ଭ ହୋଇଛି  ୩ ଦିନିଆ ଐତିହାସିକ ଦିପତ୍ସୋବ  । ପ୍ରାୟ ୫୦୦ ବର୍ଷ ପରେ ରାମଜନ୍ମ ଭୂମିରେ ଆୟୋଜିତ ହୋଇଛି ବିଶାଳ ଦୀପତ୍ସୋବ । ଯାହାକୁ ବହୁ ସଂଖ୍ୟାରେ ରାମଭକ୍ତ ଭର୍ଚ୍ୟୁଆଲ ପ୍ଲାଟଫର୍ମରେ ପାଳନ କରିଛନ୍ତି ।
ଅଯେ।।ଧ୍ୟାରେ ବିଶାଳ ଦୀପତ୍ସୋବର କାର୍ଯ୍ୟକ୍ରମ ଆରମ୍ଭ ହୋଇଛି । ଉତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଓ ରାଜ୍ୟପାଳ ଆନନ୍ଦିବେନ ପଟେଲ ମୁଖ୍ୟ ଅତିଥିଭାବେ ଏଠାରେ ପହଁଚି ରାମଲାଲାଙ୍କ ଆଳତୀ କରିବା ପରେ ଦୀପ ପ୍ରଜ୍ୱଳନ ଆରମ୍ଭ ହୋଇଛି ।
ଦୀପତ୍ସୋବକୁ ସ୍ମରଣୀୟ କରିବା ପାଇଁ ସରଜୁ ନଦୀର ଦୁଇ ପାଶ୍ୱର୍କୁ ଖୁବ ଆର୍କଷଣୀୟ ଭାବରେ ସଜ୍ଜାଯାଇଛି । ସହରର ବିଭିନ୍ନ ସ୍ଥାନରେ ଥିବା ମନ୍ଦିର ଓ ମଠରେ ରାମକଥା ଓ ପ୍ରବଚନର ଆୟୋଜନ କରାଯାଇଛି । ୧୬ଟି ରଥରେ ରାମଲୀଳା କଳାକାର ସହର ପରିକ୍ରମା କରିଛନ୍ତି ।
କେଉଁଠି ଲେଜର ଲାଇଟ ଶୋର ଆୟୋଜନ ତ ପୁଣି କେଉଁଠି ବିଶାଳ ରଙ୍ଗୋଲି । ଆଉ କେଉଁଠି କାନ୍ଥରେ ରାମଙ୍କ ଚିତ୍ର ତ ପୁଣି କେଉଁଠି ଝଲସୁଛି ଦୀପ । ଅଯୋଧ୍ୟାରେ ଶ୍ରରାମଙ୍କ ଭବ୍ୟ ମନ୍ଦିରର ଶିଳାନ୍ୟାସ ପରେ ପ୍ରଥମ ଥର ପାଇଁ ଦିୱାଲୀ ପାଳନ କରାଯାଉଥିବାରୁ ଏଥିପାଇଁ ସ୍ୱତନ୍ତ୍ର ପ୍ରସ୍ତୁତି କରାଯାଇଛି ।
ଗତବର୍ଷ ଏଠାରେ ୪ଲକ୍ଷ ଦୀପ ପ୍ରଜ୍ୱଳିତ କରାଯାଇଥିଲା । ଏଥିସହ ୧୪ଟି ମନ୍ଦିରରେ ୫୪ ହଜାର  ଜଳାଯାଇଥିଲା । ଏଥରକ ୭୯୧ ପୌରାଣିକ ସ୍ଥଳ ସମେତ ଘର ଓ କାର୍ଯ୍ୟାଳୟରେ ଲକ୍ଷାଧିକ ସଂଖ୍ୟକ ଦୀପ ଜଳାଯାଉଛି ।