ଫିଲ୍ମ ପାଇଁ ନୁହଁ ତେବେ କେଉଁ କାରଣରୁ କାନ୍ସ ଫେଷ୍ଟିଭାଲରେ ନଜର ଆସନ୍ତି ବଲିଉଡର ଏହି ସୁନ୍ଦରୀମାନେ ? ଜାଣନ୍ତୁ ।

Advertisment
ଫିଲ୍ମ ପାଇଁ ନୁହଁ ତେବେ କେଉଁ କାରଣରୁ କାନ୍ସ ଫେଷ୍ଟିଭାଲରେ ନଜର ଆସନ୍ତି ବଲିଉଡର ଏହି ସୁନ୍ଦରୀମାନେ ? ଜାଣନ୍ତୁ ।

image courtesy - Dailyhunt

ଚଳିତବର୍ଷ ଫ୍ରାନ୍ସରେ ୭୧ତମ କାନ୍ସ ଫେଷ୍ଟିଭାଲ ଆୟୋଜନ ହୋଇଯାଇଛି । ଏହି ବଡ ସିନେମା ଉତ୍ସବରେ ଜାତୀୟ ଏବଂ ଆନ୍ତର୍ଜାତୀୟ ସ୍ଥରର ସିନେମା ନିର୍ମାତା, ନିର୍ଦ୍ଧେଶକ ଏବଂ କଳାକାର ଅଂଶଗ୍ରହଣ କରିଥାନ୍ତି । କିନ୍ତୁ ଆପଣ କେବେ ଚିନ୍ତା କରିଛନ୍ତି ବଲିଉଡ୍ ନାୟିକା ଐଶ୍ୱର୍ଯ୍ୟା ରାୟ ବଚ୍ଚନ,ସୋନମ୍ କପୁର ଏବଂ ଦୀପିକା ପାଦୁକୋନଙ୍କ କୌଣସି ଫିଲ୍ମ ଏହି ଫେଷ୍ଟିଭାଲରେ ପ୍ରମୋସନ୍ କରାଯାଏ ନାହିଁ ତଥାପି ଏମାନେ କାହିଁକି କାନ୍ସ ଫେଷ୍ଟିଭାଲରେ ଦାମୀ ପୋଷାକ ପିନ୍ଧି ରେଡ୍ କାର୍ପେଟରେ ଚାଲନ୍ତି? ଯଦି ଜାଣିନାହାନ୍ତି ତେବେ ଏହି ରିପୋର୍ଟ ଉପରେ ନଜର ପକାନ୍ତୁ । publive-imageଇଣ୍ଟରନ୍ୟାସନାଲ୍ ବ୍ରାଣ୍ଡ ଲୋରିଆଲ୍ ପ୍ୟାରିସ୍ କିଛି ବର୍ଷ ଧରି କାନ୍ସ ଫିଲ୍ମ ଫେଷ୍ଟିଭାଲର ‘ବ୍ୟୁଟି ପାର୍ଟନର’ ରହିଆସିଛି । ଅନ୍ୟପକ୍ଷରେ ଭାରତରେ ଐଶ୍ୱର୍ଯ୍ୟା ଏବଂ ସୋନମ୍ ଲୋରିଆଲ୍ ପ୍ୟାରିସର ବ୍ରାଣ୍ଡ ଆମ୍ବାସାଡାର ରହିଛନ୍ତି । ଏହି ସମୟରେ ଐଶ୍ୱର୍ଯ୍ୟା ଏବଂ ସୋନମ୍ ନିଜର ଆକର୍ଷଣୀୟ ପୋଷାକ ପିନ୍ଧି ଯେତେବେଳେ ରେଡ୍ କାର୍ପେଟରେ ଚାଲନ୍ତି ସେତେବେଳେ ଲୋରିଆଲ୍ ବ୍ରାଣ୍ଡର ପ୍ରୋମୋସନ୍ ହୋଇଥାଏ । publive-imageଅନ୍ୟପଟେ ଦୀପିକା ମଧ୍ୟ ଲୋରିଆଲର ବ୍ରାଣ୍ଡ ଆମ୍ବାସାଡାର ହୋଇଛନ୍ତି ତେଣୁ ସେ ମଧ୍ୟ ଫେଷ୍ଟିଭାଲରେ ନିଜ ରୁପର ଯାଦୁ ଦେଖାଇବାକୁ ଯାଆନ୍ତି । ଚଳିତ ବର୍ଷ ଐଶ୍ୱର୍ଯ୍ୟା ୧୩ ତମ କାନ୍ସ ଫେଷ୍ଟିଭାଲ୍ ପାଳନ କରିଥିବା ବେଳେ ସୋନମ୍ ୮ ଏବଂ ଦୀପିକା ଦ୍ୱିତୀୟଥର ପାଇଁ ଏଥିରେ ନଜର ଆସିଛନ୍ତି । ବର୍ତ୍ତମାନ ବଲିଉଡ୍ କୁଇନ୍ କଙ୍ଗନା ରଣାୱତଙ୍କୁ ମଧ୍ୟ ଏହି ଦୌଡରେ ଦେଖିବାକୁ ମିଳିଥିଲା । କଙ୍ଗନା ମଧ୍ୟ ଏକ ବ୍ରାଣ୍ଡର ପ୍ରୋମୋସନ୍ ପାଇଁ କାନ୍ସ ଫେଷ୍ଟିଭାଲ୍ ଆଟେଣ୍ଡ୍ କରିଥିଲେ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe