ଗତ କିଛି ମାସ ହେବ ଅଭିନେତ୍ରୀ ଦିପିକା ପାଦୁକୋନ ଓ ଅଭିନେତା ରଣବୀର ସିଂହଙ୍କୁ ନେଇ ନାନା ଖବର ପ୍ରକାଶ ପାଇଛି। ଦୁଇ ଜଣ ପରସ୍ପରଙ୍କୁ ଡେଟିଂ କରିବାରୁ ନେଇ ନିର୍ବଦ୍ଧ ପର୍ୟ୍ୟନ୍ତ। ନିକଟ ଅତୀତରେ ଦୀପିକାଙ୍କ ସହ ସଂପର୍କକୁ ନେଇ ରଣବୀର ସ୍ପଷ୍ଟ କରିଥିଲେ ବି ଦୀପିକାଙ୍କ ପକ୍ଷରୁ କୌଣସି ସବୁଜ ସଂକେତ ମିଳିନଥିଲା। ଏବେ ସେତକ ବି ମିଳିଯାଇଛି। ଖୋଲା ଖୋଲି ଭାବେ ନ କହିଲେ ବି ରଣବୀରଙ୍କ ସହ ସଂପର୍କକୁ ନେଇ ସାମାନ୍ୟ ଇଙ୍ଗିତ ଦେଇଛନ୍ତି ‘ପଦ୍ମାବତ୍’ ନାୟିକା। ସେ କହିଛନ୍ତି କି ତାଙ୍କ ବିବାହ ସଂପର୍କରେ ଉଠିଥିବା କଥାକୁ ସେ ଅସ୍ୱୀକାର କରୁନାହାନ୍ତି କି ହଁ ମଧ୍ୟ ଭରୁନାହାନ୍ତିି। ସେ କେବେ ବିବାହ କରିବେ ବୋଲି ପ୍ରଶ୍ନର ଉତ୍ତର ଦେଇ ଦୀପିକା କହନ୍ତି, ଖୁବ୍ ଶୀଘ୍ର।
ସଞ୍ଜୟଲୀଲା ଭଂସାଲୀଙ୍କ ନିର୍ଦ୍ଦେଶିତ ଚଳଚ୍ଚିତ୍ର ‘ରାମ ଲୀଲା’ ସମୟରୁ ହିଁ ଦୀପିକା ଓ ରଣବୀର ପରସ୍ପରଙ୍କୁ ଡେଟିଂ କରୁଛନ୍ତି। ‘ରାମ-ଲୀଲା’ ବ୍ୟତୀତ ଏହି ହିଟ୍ ଯୋଡ଼ି ‘ବାଜିରାଓ ମସ୍ତାନୀ’ ‘ପଦ୍ମାବତ୍’ ଆଦି ବିଭିନ୍ନ ଲୋକପ୍ରିୟ ଚଳଚ୍ଚିତ୍ର ବଲିଉଡ୍କୁ ଦେଇ ସାରିଲେଣି। ଏବେ ପରଦାରେ ରୋମାନ୍ସ କରୁଥିବା ଏହି ହିଟ୍ ଯୋଡ଼ି ବାସ୍ତବ ଜୀବନରେ ବି ରୋମାନ୍ସ କରନ୍ତୁ ବୋଲି ଚିନ୍ତା କରି ଦର୍ଶକଙ୍କ ଉତ୍ସୁକତା ବଢ଼ିବାରେ ଲାଗିଛି।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2024/12/05/2024-12-05t085615664z-9834a11b-9015-4cfe-ae63-b20008d51374.jpg)
/kanak/media/post_attachments/wp-content/uploads/2018/09/article-l-201851226271423234000.jpg)
/kanak/media/post_attachments/wp-content/uploads/2018/09/deepika-ranveer-story_647_120116032316-300x187.jpg)