ଆରମ୍ଭ ହେଲା ‘ପଦ୍ମାବତୀ’ର ଗୀତ ସୁଟିଂ : ଘୁମର ନାଚିଲେ ଦୀପିକା

ଧୂଆଁ କାରବାରର ପୂରା ଜାଲକୁ ଖୋଲି ଦେବ କି ଏନସିବି !! ଦୀପିକାଙ୍କ ଉପରେ ପଡିବ କି ଶନିଦଶା

deepikaମୁମ୍ବାଇର ମେହେବୁବ ଷ୍ଟୁଡିଓରେ ଦୀପିକା ପାଦୁକୋନଙ୍କ ଆଗାମୀ ସିନେମା ପଦ୍ମାବତୀର ଏକ ଗୀତର ସୁଟିଂ ଆରମ୍ଭ ହୋଇ ଯାଇଛି । ଷ୍ଟୁଡିଓରେ ଏଇ ଗୀତର ସୁଟିଂ ପାଇଁ ଏକ ସେଟ ତିଆରି ହୋଇଛି । ଏହା ଏକ ରାଜସ୍ଥାନୀ ଗୀତ ବୋଲି ଜଣାପଡିଛି ଏବଂ ଗୀତର ବୋଲ ହେଉଛି ଘୁମର । ଏଇ ଗୀତରେ କେବଳ ଦୀପିକା ହିଁ ନଜର ଆସିବେ ।
ବ୍ୟାକଗ୍ରାଉଣ୍ଡ ଡାନସର ମାନେ ପାରମ୍ପରିକ ଲେହଙ୍ଗା , ଦୁପଟା, ବ୍ଲାଉଜ ଓ ଭାରୀ ଗହଣା ପିନ୍ଧିଛନ୍ତିି ଏହି ଗୀତରେ । ଶାହାରୁଖ ମଧ୍ୟ ସେହି ଷ୍ଟୁଡିଓରେ ସୁଟିଂ କରୁଥିଲେ ଓ ଦୀପିକାଙ୍କୁ ଭେଟବା ପାଇଁ ପହଞ୍ଚିଥିଲେ ସେ ସେହି ସେଟରେ ।
ଏହି ସିନେମାରେ ଶାହିଦ କପୁର ରାଜା ରତନ ସିଂ ଭୂମିକାରେ ନଜର ଆସିବେ ଏବଂ ତାଙ୍କ ପତ୍ନୀ ଭୂମିକାରେ ଅଭିନୟ କରୁଛନ୍ତି ଦୀପିକା । ରଣବୀର ଏଠାରେ ଆଲାଉଦ୍ଦିନ ଖିଲିଜୀ ଭୂମିକାରେ ଅଭିନୟ କରୁଛନ୍ତି ଯିଏକି ପଦ୍ମାବତୀଙ୍କୁ ଭଲପାଉଛନ୍ତି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe