ମୁମ୍ବାଇର ମେହେବୁବ ଷ୍ଟୁଡିଓରେ ଦୀପିକା ପାଦୁକୋନଙ୍କ ଆଗାମୀ ସିନେମା ପଦ୍ମାବତୀର ଏକ ଗୀତର ସୁଟିଂ ଆରମ୍ଭ ହୋଇ ଯାଇଛି । ଷ୍ଟୁଡିଓରେ ଏଇ ଗୀତର ସୁଟିଂ ପାଇଁ ଏକ ସେଟ ତିଆରି ହୋଇଛି । ଏହା ଏକ ରାଜସ୍ଥାନୀ ଗୀତ ବୋଲି ଜଣାପଡିଛି ଏବଂ ଗୀତର ବୋଲ ହେଉଛି ଘୁମର । ଏଇ ଗୀତରେ କେବଳ ଦୀପିକା ହିଁ ନଜର ଆସିବେ ।
ବ୍ୟାକଗ୍ରାଉଣ୍ଡ ଡାନସର ମାନେ ପାରମ୍ପରିକ ଲେହଙ୍ଗା , ଦୁପଟା, ବ୍ଲାଉଜ ଓ ଭାରୀ ଗହଣା ପିନ୍ଧିଛନ୍ତିି ଏହି ଗୀତରେ । ଶାହାରୁଖ ମଧ୍ୟ ସେହି ଷ୍ଟୁଡିଓରେ ସୁଟିଂ କରୁଥିଲେ ଓ ଦୀପିକାଙ୍କୁ ଭେଟବା ପାଇଁ ପହଞ୍ଚିଥିଲେ ସେ ସେହି ସେଟରେ ।
ଏହି ସିନେମାରେ ଶାହିଦ କପୁର ରାଜା ରତନ ସିଂ ଭୂମିକାରେ ନଜର ଆସିବେ ଏବଂ ତାଙ୍କ ପତ୍ନୀ ଭୂମିକାରେ ଅଭିନୟ କରୁଛନ୍ତି ଦୀପିକା । ରଣବୀର ଏଠାରେ ଆଲାଉଦ୍ଦିନ ଖିଲିଜୀ ଭୂମିକାରେ ଅଭିନୟ କରୁଛନ୍ତି ଯିଏକି ପଦ୍ମାବତୀଙ୍କୁ ଭଲପାଉଛନ୍ତି ।
ଆରମ୍ଭ ହେଲା ‘ପଦ୍ମାବତୀ’ର ଗୀତ ସୁଟିଂ : ଘୁମର ନାଚିଲେ ଦୀପିକା
/kanak/media/post_attachments/wp-content/uploads/2016/11/Padmavati-Dipika.jpg)
Advertisment
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)