ବଲିଉଡ୍ ଡ୍ରଗ୍ସ ଲିଙ୍କ୍ ମାମଲାରେ ଦୀପିକା ପାଦୁକୋନଙ୍କୁ ନୋଟିସ୍ । ୨୦୧୭ର ଭିଡିଓ ବଢ଼ାଇଲା ଅଡୁଆ । ଶ୍ରଦ୍ଧା, ସାରା, ରକୁଲପ୍ରୀତଙ୍କ ସମେତ ୭ ଜଣଙ୍କୁ ସମନ କଲା ନାର୍କୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋ ।

Advertisment
ବଲିଉଡ୍ ଡ୍ରଗ୍ସ ଲିଙ୍କ୍ ମାମଲାରେ ଦୀପିକା ପାଦୁକୋନଙ୍କୁ ନୋଟିସ୍ । ୨୦୧୭ର ଭିଡିଓ ବଢ଼ାଇଲା ଅଡୁଆ । ଶ୍ରଦ୍ଧା, ସାରା, ରକୁଲପ୍ରୀତଙ୍କ ସମେତ ୭ ଜଣଙ୍କୁ ସମନ କଲା ନାର୍କୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋ ।

କନକ ବ୍ୟୁରୋ : ବଲିଉଡ୍ ଡ୍ରଗ୍ସ ଲିଙ୍କ୍ ମାମଲାରେ ଛନ୍ଦି ହୋଇପଡିଛନ୍ତି ଅଭିନେତ୍ରୀ ଦୀପିକା ପାଦୁକୋନ । ଦୀପିକାଙ୍କ ଡ୍ରଗ୍ସ ଚାଟ୍ ଘଟଣାକୁ ନେଇ ଚର୍ଚ୍ଚା ଥମି ନଥିବା ବେଳେ ୨୦୧୭ର ଏକ ଡ୍ରଗ୍ସ ପାଟିର ଭିଡିଓ, ଦୀପିକା ପାଦୁକୋନଙ୍କୁ ଅଡୁଆରେ ଛନ୍ଦି ଦେଇଛି । ଆଉ, ଆଜି ଦୀପିକା ପାଦୁକୋନଙ୍କୁ ସମନ୍ କରିଛି ନାରକୋଟିକ୍ସ କଂଟ୍ରୋଲ ବ୍ୟୁରୋ । ଦୀପିକା, ସାରା ଅଲ୍ଲି ଖାନ୍, ଶକ୍ତି କପୁର ଏବଂ ରକୁଲପ୍ରୀତ ସିଂଙ୍କ ସମେତ ୭ ଜଣଙ୍କୁ ସମନ୍ କରିଛି ଏନସିବି ।

ଫିଲ୍ମ ପରଦାରେ ନଜର ଆସୁଥିବା ଦୃଶ୍ୟ ଦର୍ଶକଙ୍କୁ ଆମୋଦିତ କରିପାରେ, କିନ୍ତୁ ଦୃଶ୍ୟ ସହ ସାମାଞ୍ଜସ୍ୟ ରଖୁଥିବା ଘଟଣା ଯେତେବେଳେ ବାସ୍ତବ ଜୀବନ ସହ ଯୋଡ଼ି ହୋଇଯାଏ ଏବଂ ନିଶା କାରବାର ସହ ସଂପୃକ୍ତ ଥାଏ, ତେବେ ତାହା ବଡ଼ ସମସ୍ୟା ହୋଇଯାଏ । ଯାହା ଅବିକଲ ବଲିଉଡ ଅଭିନେତ୍ରୀ ଦୀପିକା ପାଦୁକୋନଙ୍କ କ୍ଷେତ୍ରରେ ଘଟିଛି ।

ଦୀପିକା ପାଦୁକୋନଙ୍କୁ ଏନସିବିର ସମନ୍ । ୨୫ ତାରିଖରେ ହାଜର ହେବେ ଦୀପିକା ! ଡ୍ରଗ୍ସ ଚାର୍ଟ ଘଟଣା ସାମ୍ନାକୁ ଆସିବା ପରେ ଦୀପିକା ପାଦୁକୋନଙ୍କ ସମସ୍ୟା ବଢ଼ିବାରେ ଲାଗିଛି । ଆଉ ଠିକ୍ ଏତିକି ବେଳେ ତଥାକଥିତ ୨୦୧୭ ଡ୍ରଗ୍ସ ପାର୍ଟି ଘଟଣାରେ ବଲିଉଡର ଅନ୍ୟତମ ଚର୍ଚ୍ଚିତ ତାରକା ଦୀପିକା ପାଦୁକୋନଙ୍କୁ ସମନ୍ କରିଛି ନାରକୋଟିକ୍ କଣ୍ଟ୍ରୋଲ ବ୍ୟୁରୋ ।

ବଲିଉଡର ‘ବଦନାମ’ କାହାଣୀ । ଡ୍ରଗ୍ସ ଫାଶରେ ସାରା, ଶ୍ରଦ୍ଧା ଓ ରକୁଲ । ଦୀପିକା ପାଦୁକୋନଙ୍କ ସମେତ ସୈଫଅଲ୍ଲୀ ଖାନଙ୍କ ଝିଅ ତଥା ବଲିଉଡ ଅଭିନେତ୍ରୀ ସାରା ଅଲ୍ଲି ଖାନ୍, ଶକ୍ତି କପୁରଙ୍କ ଝିଅ ତଥା ଯୁବ ଅଭିନେତ୍ରୀ ଶ୍ରଦ୍ଧା କପୁର ଏବଂ ସାଉଥ ସୁପର ଷ୍ଟାର ରକୁଲପ୍ରୀତ ସିଂଙ୍କ ସମେତ ୭ ଜଣଙ୍କୁ ନିଶା କାରବାର ଘଟଣାରେ ସମନ୍ କରିଛି ଏନସିବି । ଗୁରୁବାର ରକୁଲ ପ୍ରୀତ୍ ସିଂ ଏବଂ ସିମନ୍ ଖମ୍ବାଟାଙ୍କୁ ଏନସିବିରେ ହାଜର ହେବା ପାଇଁ ସମନ୍ କରାଯାଇଥିବା ବେଳେ ଆସନ୍ତା ୨୫ ତାରିଖରେ ଦୀପିକା ପାଦୁକୋନ ଏବଂ ୨୬ ତାରିଖରେ ସାରା ଅଲ୍ଲିଖାନ୍ ଏବଂ ଶ୍ରଦ୍ଧା କପୁରଙ୍କୁ ହାଜର ହେବା ପାଇଁ ସମନ୍ କରାଯାଇଛି । ବଡ଼ କଥା ହେଉଛି ବଲିଉଡ ଡ୍ରଗ୍ସ କନକ୍ସେନ୍ ମାମଲାରେ ବର୍ତମାନ ସୁଦ୍ଧା ୧୮ ଜଣଙ୍କୁ ଗିରଫ କରାଯାଇଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe