ବେଶ୍ କିଛି ଦିନ ହେବ ବଲିଉଡ଼ରେ ଲୋକପ୍ରିୟ ନାୟକ ରଣବୀର ସିଂହ ଓ ନାୟିକା ଦୀପିକା ପାଦୁକୋନ୍ଙ୍କ ବାହାଘରକୁ ନେଇ ଚର୍ଚ୍ଚା ଜୋର୍ସୋର୍ ଧରିଛି। ରଣବୀର ଓ ଦୀପିକାଙ୍କ ବାହାଘର ଚଳିତ ବର୍ଷ ନଭେମ୍ବର ୨୦ ତାରିଖରେ ହେବ ବୋଲି ଆପତତଃ ସ୍ଥିରୀକୃତ ହୋଇଛି ।ଅବଶ୍ୟ ଏସଂପର୍କରେ ଉଭୟଙ୍କ ପକ୍ଷରୁ କୌଣସି ଔପଚାରିକଭାବେ ଘୋଷଣା କରାଯାଇ ନାହିଁ।
ଏବେ ଆଉ ଏକ ଖବର ମିଳିଛି ଯେ ଏହି ପ୍ରେମୀଯୁଗଳ ଚାହୁଁଛନ୍ତି ଯେ ସେମାନଙ୍କ ବାହାଘରକୁ କେହି ଅତିଥି ସାଙ୍ଗରେ ମୋବାଇଲ ଫୋନ୍ ନ ଆଣିବାକୁ କୁଆଡେ ଅନୁରୋଧ କରିଛନ୍ତି। ଏହାଫଳରେ ଏହି ବାହାଘରର ଗୋପନୀୟତା ରକ୍ଷା ହେବ ବୋଲି ରଣବୀର ଏବଂ ଦୀପିକା ଭାବୁଛନ୍ତି। ଏହି ବିବାହ ଉତ୍ସବକୁ କେବଳ ଉଭୟ ପରିବାରର ନିକଟତମ ସଦସ୍ୟ ଏବଂ କିଛି ବଲିଉଡ ସେଲିବ୍ରିଟିଙ୍କୁ ନିମନ୍ତ୍ରଣ କରାଯାଇଛି।
ଉଭୟ ପକ୍ଷରୁ ଏହି ବାହାଘର ଲାଗି ପ୍ରସ୍ତୁତି ଚାଲିଥିବା ମଧ୍ୟ ଜଣାଯାଇଛି। କିଛି ଦିନ ତଳେ ମୁମ୍ବାଇର ଏକ ଜୁଏଲର୍ସ ସପ୍ରେ ଦୀପିକା ପାଦୁକୋନ୍ ମାଆ ଓ ଭଉଣୀ ଗହଣା କିଣୁଥିବାର ଦେଖିବାକୁ ମିଳିଥିଲା। ଏହାପରେ ଉଭୟଙ୍କର ବାହାଘର କଥା ଚର୍ଚ୍ଚା ହେବା ଜୋର୍ ଧରିଥିଲା। ବିରାଟ-ଅନୁଷ୍କାଙ୍କ ବାହାଘରପରେ ଏବେ ସମସ୍ତଙ୍କ ନଜର ରହିଛି ଏହି ବ୍ୟୟବହୁଳ ବିବାହ ଉତ୍ସବ ଉପରେ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2024/12/05/2024-12-05t085615664z-9834a11b-9015-4cfe-ae63-b20008d51374.jpg)
/kanak/media/post_attachments/wp-content/uploads/2018/08/Deepika-Ranveer.jpg)
/kanak/media/post_attachments/wp-content/uploads/2018/08/dp_19-300x225.jpg)
/kanak/media/post_attachments/wp-content/uploads/2018/08/Deepika-Padukone-Ranveer-Singh-wedding-300x225.jpg)