ବଲିଉଡର ହଟ୍ କପୁଲ ରଣବୀର ସିଂ ଓ ଦୀପିକା ପାଦୁକୋନ ବିବାହ ବନ୍ଧନର ବାନ୍ଧି ହେବା ଲାଗି ଇଟାଲୀ ଅଭିମୁଖେ ଯାତ୍ରା କରିଛନ୍ତି। ଏ ଦୁହେଁ ନଭେମ୍ବର ୧୪ ଓ ୧୫ ତାରିଖରେ ବାହା ହେବେ। ଆଜି ବଡି ଭୋର ସମୟରେ ସେ ଦୁହିଁଙ୍କୁ ନିଜ ନିଜ ପରିବାର ସହିତ ମୁମ୍ବାଇ ବିମାନ ବନ୍ଦରରେ ଦେଖିବାକୁ ମିଳିଥିଲା। ଉଭୟ ରଣବୀର ଓ ଦୀପିକା ଧଳା ରଙ୍ଗର ପୋଷାକ ପିନ୍ଧିଥିଲେ। ରଣବୀର ଓ ଦୀପିକା ଗୋଟିଏ କାରରେ ଏକାଠି ଆସି ପହଞ୍ଚିଥିଲେ ବିମାନବନ୍ଦରରେ।
ରଣବୀର ସିଂହ ସେଠାରେ ମିଡିଆକୁ ପୋଜ୍ ଦେଉଥିବା ବେଳେ ଦୀପିକା ପାଦୁକୋନ୍ ହାତ ହଲାଇ ସମସ୍ତଙ୍କର ଅଭିବାଦନ କରୁଥିବାର ଦେଖିବାକୁ ମିଳିଥିଲା। କିଛି ସମୟପରେ ସେ ଦୁହେଁ ଇଟାଲୀ ଅଭିମୁଖେ ଯାଇଥିଲେ। ଇଟାଲୀର ପର୍ୟ୍ୟଟନ ସ୍ଥଳୀ କୋମୋରେ ରଣବୀର ଓ ଦୀପିକାଙ୍କର ବାହାଘର ହେବ ବୋଲି ଜଣାଯାଇଛି। ସେଠାରେ ଡେଲବାଲବିଆନେଲୋ ଭିଲ୍ଲାରେ ସେମାନେ ରହିବେ। ସେହି ବିବାହ ଉତ୍ସବରେ ସାମିଲ ହେବେ ଅଭିନେତା ଅର୍ଜୁନ କପୁର,ନିର୍ମାତା-ନିର୍ଦ୍ଦେଶକ ସଂଜୟ ଲୀଲା ଭଂସାଲି ଓ କରଣ ଜୋହର୍।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2024/12/05/2024-12-05t085615664z-9834a11b-9015-4cfe-ae63-b20008d51374.jpg)
/kanak/media/post_attachments/wp-content/uploads/2018/11/BBMk1Kk.jpg)
/kanak/media/post_attachments/wp-content/uploads/2018/11/deepika-ranveer-300x178.jpg)