ଲଗାତାର ହିଟ୍ ପରେ ହିଟ୍ ମୁଭି ଭେଟି ଦେଉଥିବା ଡିମ୍ପଲ ଗର୍ଲ ଦୀପିକା ପାଦୁକୋନ୍ ଏବେ ସଫଳତାର ଆଉ ଏକ ସିଡି ଚଢିଛନ୍ତି । ବଲିଉଡର ସବୁଠାରୁ ଅଧିକ ପାରିଶ୍ରମିକ ନେବା ସହ ଜଣେ ଦାମୀ ଅଭିନେତ୍ରୀ ଭାବେ ନିଜ ନାଁ ଫୋର୍ବସ ମାଗାଜିନରେ ଦର୍ଜ କରିଛନ୍ତି । ଏହା ସହ ବିଶ୍ୱର ସର୍ବାଧିକ ପାରିଶ୍ରମିକ ପାଉଥିବା ୧୦ ଜଣ ଅଭିନେତ୍ରୀଙ୍କ ମଧ୍ୟରେ ଦୀପିକା ନାଁ ରହିଛି । ଏକାଧିକ ହଲିଉଡ ନାୟିକାଙ୍କ ମଧ୍ୟରେ ଏକମାତ୍ର ବଲିଉଡ ଅଭିନେତ୍ରୀ ଭାବେ ଦୀପିକାଙ୍କ ନାଁ ରହିଛନ୍ତି । କ୍ରମାଗତ ହିଟ ଫିଲ୍ମ ଦେବା ପରେ ଡିମ୍ପଲ ଗର୍ଲଙ୍କ ଚାହିଦା ଏବେ ଆକାଶ ଛୁଆଁ ହୋଇସାରିଲାଣି । ତେବେ ପ୍ରିୟଙ୍କା ଚେପ୍ରା ଏହି ତାଲିକାରୁ ବାଦ୍ ପଡିଛନ୍ତି ।
ଦାମୀ ଅଭିନେତ୍ରୀ ଦୀପିକା : ଏକାଧିକ ହଲିଉଡ ନାୟିକାଙ୍କ ମଧ୍ୟରେ ଏକମାତ୍ର ବଲିଉଡ ଅଭିନେତ୍ରୀ
/kanak/media/post_attachments/wp-content/uploads/2016/08/deepika-fb-story_647_111315074533.jpg)
Advertisment
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)