ବଲିଉଡ ଜଗତରେ ୯ବର୍ଷ ପୂରଣ କରିଛନ୍ତି ଅଭିନେତ୍ରୀ ଦୀପିକା ପାଦୁକୋନ । ଏହି ୯ବର୍ଷ ମଧ୍ୟରେ ସେ ଯାହା ବି କିଛି ଶିଖିଛନ୍ତି, ତା'ଠୁ ତାଙ୍କୁ ଆହୁରି ଅଧିକ କିଛି ଶିଖିବାର ଅଛି ବୋଲି କହିଛନ୍ତି ଦୀପିକା । ଦୀପିକା ଆହୁରି ଆଗକୁ ନିଜ ସିନେମା ଗୁଡିକରେ ବିଭିନ୍ନ ପ୍ରକାର ଚରିତ୍ର କରିବାର ଇଚ୍ଛା ରଖିଛନ୍ତି, ଏଥିପାଇଁ ନିଜକୁ ନିଜେ ସେ ପୂରା ପ୍ରସ୍ତୁତ ରଖିଥିବାର ମଧ୍ୟ କହିଛନ୍ତି । ଦୀପିକା ତାଙ୍କର ଆଗାମୀ ସିନେମା "ପଦ୍ମାବତୀ' ପାଇଁ ଅଧିକ ଉତ୍ସାହିତ ଥିବା କହିଛନ୍ତି । ଏପରିକି ନିଜ ପ୍ରଥମ ସିନେମା "ଓମ ଶାନ୍ତି ଓମ' ଜାପାନୀଜ ଭାଷାରେ ପ୍ରସ୍ତୁତ ହୋଇଥିବାରୁ ତାକୁ ନେଇ ସେ ବହୁତ ଉତ୍ସାହିତ ଥିବାର ମଧ୍ୟ କହିଛନ୍ତି ।
ବଲିଉଡରେ ଅଭିନୟର ୯ବର୍ଷ ପୂରଣ କରିଛନ୍ତି ଅଭିନେତ୍ରୀ ଦୀପିକା ପାଦୁକୋନ
/kanak/media/post_attachments/wp-content/uploads/2016/11/6111.jpg)
Advertisment
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)