ବଲିଉଡ ସେଲିବ୍ରିଟିଙ୍କୁ ଶନିଦଶା । ଡ୍ରଗ୍ସ ଲିଙ୍କରେ ଏନସିବି ଗେଷ୍ଟହାଉସରେ ହାଜର ହେଲେ ଦୀପିକା ପାଦୁକୋନ : ମ୍ୟାନେଜର କରିସ୍ମା ପ୍ରକାଶଙ୍କ ସହ ଡ୍ରଗ୍ସ ଚାର୍ଟକୁ ନେଇ ହେବ ଜେରା

93

କନକ ବ୍ୟୁରୋ : ବଲିଉଡ ଡ୍ରଗ୍ସ କାରବାର ଲିଙ୍କ ମାମଲା । ନାର୍କୋଟିକ୍ସ ବ୍ୟୁରୋରେ ହାଜର ହେଲେ ବଲିଉଡର ‘ମସ୍ତାନୀ’ ଦୀପିକା ପାଦୁକୋନ । ନାରକୋଟିକ୍ସ ବ୍ୟୁରୋର ଗେଷ୍ଟହାଉସରେ ପହଁଚିଛନ୍ତି ଦୀପିକା ପାଦୁକୋନ । ମ୍ୟାନେଜର କରିସ୍ମା ପ୍ରକାଶଙ୍କ ସହିତ ଡ୍ରଗ୍ସ ଚାର୍ଟ ନେଇ ଅଧିକ ପଚରାଉଚରା କରିବ ଏନସିବି । ଆଜି ସମସ୍ତଙ୍କ ନଜର ରହିବ ଦୀପିକାଙ୍କ ଉପରେ । କାରଣ କରିଶ୍ମା ପ୍ରକାଶଙ୍କ ସହିତ ଡ୍ରଗ୍ସ ଚାର୍ଟରେ ଦୀପିକାଙ୍କ ନାଁ ଆସିବା ପର ଠାରୁ ଏହି ଘଟଣା ଭିତରକୁ ଟାଣି ହୋଇଆସିଛନ୍ତି ଦୀପିକା । ଡ୍ରଗ୍ସ ଚାର୍ଟ ନେଇ ଦୀପିକାଙ୍କ ମତ କଣ ଜାଣିବାକୁ ଚାହିଁବ ଏନସିବି ।

କାହାଠାରୁ ସେ ଡ୍ରଗ୍ସ ମଗାଉଥିଲେ , କାହା ପାଇଁ ମଗାଉଥିଲେ, ନା ନିଜେ ଡ୍ରଗ୍ସ ନେଉଥିଲେ, ଡ୍ରଗ୍ସ ପାର୍ଟକୁ କେମିତି ଆସୁଥିଲା ଡ୍ରଗ୍ସ, କେଉଁ ମାନଙ୍କ ଜରିଆରେ ସେ ଡ୍ରଗ୍ସ ମଗାଉଥିଲେ , କେଉଁ ଡ୍ରଗ୍ସ ପେଡଲରଙ୍କ ସହିତ ରହିଛି ତାଙ୍କର ସଂପର୍କ , ଏସବୁ ପ୍ରଶ୍ନର ଜବାବ ଖୋଜିବ ଏନସିବି । ଏହାସହ ସାରା ଅଲି ଖାନ୍ ଓ ଶ୍ରଦ୍ଧା କପୁରଙ୍କୁ ମଧ୍ୟ ଆଜି ଜେରା କରିବ ଏନସିବି । ଗତକାଲି ବଲିଉଡ ଡ୍ରଗ୍ସ ଲିଙ୍କ ମାମଲାରେ ଅଭିନେତ୍ରୀ ରକୁଲପ୍ରିତ ସିଂଙ୍କୁ ୪ ଘଂଟାର ମାରାଥନ୍ ଜେରା କରିଥିଲା ନାର୍କୋଟିକ୍ସ କଂଟ୍ରୋଲ ବ୍ୟୁରୋ । ୪ ଘଂଟା ଧରି ଏନସିବି ଅଧିକାରୀଙ୍କ ପ୍ରଶ୍ନର ଉତର ରଖିଛନ୍ତି ରକୁଲ ।

ରିଆ ଚକ୍ରବର୍ତୀ ଓ ଜୟା ଶାହାଙ୍କ ସହ କରିଥିବା ଡ୍ରଗ୍ସ ଚାଟ୍ ବାବଦରେ ତାଙ୍କୁ ଗୁଡାଇ ତୁଡାଇ ପ୍ରଶ୍ନ କରିଥିଲା ନାର୍କୋଟିକ୍ସ କଂଟ୍ରୋଲ ବ୍ୟୁରୋ । ଏହାସହ ଦୀପିକା ପାଦୁକୋନଙ୍କ ଟ୍ୟାଲେଂଟ ମ୍ୟାନେଜର କରିଶ୍ମା ପ୍ରକାଶଙ୍କ ସହ ରକୁଲ ପ୍ରିତଙ୍କୁ ସାମ୍ନାସାମ୍ନି ବସାଇ ଜେରା କରିଛି ଏନସିବି । ଡ୍ରଗ୍ସ ପେଡଲରଙ୍କ ବୟାନ ଆଧାରରେ ଏନସିବି ରାଡାରକୁ ଚାଲିଆସିଛି କରନ ଜୋହରଙ୍କ ଧର୍ମା ପ୍ରଡକ୍ସନ୍ସ । ଆସିଷ୍ଟାଂଟ ଡାଇରେକ୍ଟର କ୍ଷିତିଜ ପ୍ରସାଦଙ୍କୁ ସମନ କରିବା ସହ ତାଙ୍କ ଘରେ ମଧ୍ୟ ରେଡ କରି ତାଙ୍କୁ ଗିରଫ କରିଛି ଏନସିବି ।