ନ୍ୟୁୟର୍କରେ ଛୁଟି ମନାଉଛନ୍ତି ବାଜିରାଓ-ମସ୍ତାନୀ : କାମେରାରେ କଏଦ ହେଲେ ରଣବୀର୍ – ଦୀପିକା

34

ବିବାହ ଖବରକୁ ନେଇ ଆଜିକାଲି ଖବରରେ ରହୁଥିବା ବଲିଉଡ୍ ଯୋଡି ରଣବୀର ସିଂ ଓ ଦୀପିକା ପାଦୁକୋଣ ଆଜିକାଲି ଆଉ ଏକ କଥାକୁ ନେଇ ରହିଛନ୍ତି ଚର୍ଚ୍ଚାରେ । ନିଜ ଲେଡି ଲଭ୍ ଦୀପିକାଙ୍କ ସହ ରଣବୀର୍ ନ୍ୟୁୟର୍କରେ ଛୁଟି ମନାଉଥିବା ଖବର ଏବେ ପୁରା ଛାଇ ଯାଇଛି ସୋସିଆଲ୍ ମିଡିଆରେ । ଦୁହିଁ ଭେକେସନ୍ ସମୟର ଭିଡିଓ ଏବେ ଫ୍ୟାନମାନଙ୍କ ଦ୍ୱାରା କରାଯାଉଛି ଲାଇକ୍ ଓ ସେୟାର୍ ।

ବଲିଉଡର ଲଭ୍ ବାର୍ଡ ରଣବୀର୍ ସିଂ ଓ ଦୀପିକା ପାଦୁକୋଣ ଆଜିକାଲି ନିଜ ବିବାହ ଖବରକୁ ନେଇ ରହିଛନ୍ତି ଚର୍ଚ୍ଚାରେ । ଖବର ରହିଛି ଚଳିତ ବର୍ଷ ନଭେମ୍ବର ମାସରେ ଇଟାଲୀରେ ଦୁହେଁ ବିବାହ କରିବେ । ଆଉ ଏମାନଙ୍କ ମାରେଜକୁ ନେଇ ଘରଲୋକ ବି ଆରମ୍ଭ କରି ଦେଇଛନ୍ତି ପ୍ରସ୍ତୁତି । ହେଲେ ଏସବୁ ଭିତରେ ଏହି ଯୋଡି ଏବେ ନିଜ ଭାକେସନକୁ ନେଇ ରହିଛନ୍ତି ଖବରରେ । ଦୁହେଁ ନ୍ୟୁୟର୍କରେ ଛୁଟି ମନାଉଥିବା ଖବର ଏବେ ଚହଳ ସୃଷ୍ଟି କରିଛି । ଏହି ସେଲିବ୍ରିଟି କପଲ୍ ନ୍ୟୁୟର୍କର ଅର୍ଲାଣ୍ଡୋ ସହରରେ ହାତରେ ହାତ ଧରାହୋଇ ବୁଲୁଥିବାର ଭିଡିଓ ଏବେ ସୋସିଆଲ୍ ମିଡିଆରେ ବେଶ ଭାଇରାଲ୍ ହେବାରେ ଲାଗିଛି । ଭିଡିଓରେ ରଣବୀର ସିଂଙ୍କୁ ଚିହ୍ନିବା ଟିକେ କଷ୍ଟ ଜଣାପଡୁଛି । ଦୁହେଁଙ୍କୁ ଏକାଠି ଦେଖି ଜଣେ ପ୍ରଶସଂକ ଏମାନଙ୍କ ଭିଡିଓ ଉଠାଇ ସୋସିଆଲ୍ ମିଡିଆରେ ସେୟାର୍ କରିଛନ୍ତି । ଭିଡିଓରେ ଦୀପିକା ଧଳାରଙ୍ଗର ଟପ୍ ଏବଂ କଳା ରଙ୍ଗର ଜଗର୍ସ ପିନ୍ଧିଥିବାବେଳେ, ରଣବୀର୍ ଧଳା ଟି-ସାର୍ଟ ଏବଂ ସର୍ଟସରେ ଆସିଛନ୍ତି ନଜର । ଦୁହେଁ ନ୍ୟୁୟର୍କରେ ଛୁଟି ମନାଇବା ପରେ ଗୁରୁବାର ରାତିରେ ଭାରତ ଫେରିଛନ୍ତି । ରଣବୀର ଏବେ ରୋହିତ୍ ସେଟ୍ଟିଙ୍କ ଫିଲ୍ମ ସିମ୍ବାକୁ ନେଇ ଅଛନ୍ତି ବ୍ୟସ୍ତ ।