ଏନସିବି ସାମ୍ନାରେ ଦୀପିକାଙ୍କ ବଡ ସ୍ୱୀକାରୋକ୍ତି । କରିସ୍ମାଙ୍କ ସହ କରିଥିବା ଡ୍ରଗ୍ସ ଚାଟକୁ ମାନିଗଲେ ଦୀପିକା ପାଦୁକୋନ

3,293

କନକ ବ୍ୟୁରୋ : ଏନସିବି ସାମ୍ନାରେ ଦୀପିକା ପାଦୁକୋନଙ୍କ ବଡ ସ୍ୱୀକାରୋକ୍ତି । ମ୍ୟାନେଜର କରିସ୍ମା ଶର୍ମାଙ୍କ ସହ ଡ୍ରଗ୍ସ ଚାଟ ନେଇ ମାନିଛନ୍ତି ଦୀପିକା ।୨୦୧୭ରେ ‘ହେସ୍’ ଯୋଗାଇ ଦେବାକୁ ସେ କରିସ୍ମାଙ୍କୁ କହିଥିଲେ ବୋଲି ମାନିଛନ୍ତି । କୋକୋ ରେଷ୍ଟୁରାଣ୍ଟରେ ପହଞ୍ଚାଇବାକୁ କହିଥିଲେ କରିସ୍ମା । ପଦ୍ମାବତ ଫିଲ୍ମ ସୁଟିଂ ପରେ କୋକୋ ରେଷ୍ଟୁରାଣ୍ଟରେ ହୋଇଥିଲା ଡ୍ରଗ୍ସ ପାର୍ଟି ।

ଡ୍ରଗ୍ସ ଲିଙ୍କ ମାମଲାରେ ଦୀପିକା ପାଦୁକୋନଙ୍କୁ ପଚରାଉଚରା କରିବାକୁ ସମନ କରିଥିଲା ଏନସିବି । ଏନେଇ ଏନସିବିରେ ହାଜର ହୋଇଥିଲେ ଦୀପିକା । ଆଜି ଦୀପିକାଙ୍କୁ ଏନସିବିରେ ମାରାଥନ ଜେରା କରାଯାଉଛି । ଦୀପିକାଙ୍କୁ ପ୍ରଶ୍ନ କରୁଛନ୍ତି ଏନସିବିର ୫ ଜଣିଆ ଏସଆଇଟି ଟିମ୍୍ । କରିସ୍ମା ଓ ଦୀପିକାଙ୍କୁ ସାମ୍ନାସାମ୍ନି ଜେରା କରୁଛି ଏନସିବି ।

ଏହାସହ ଆଜି ଶ୍ରଦ୍ଧା କପୁର ମଧ୍ୟ ଏନିସିବିରେ ହାଜର ହୋଇଛନ୍ତି । ତାଙ୍କ ସହ ସାରା ଅଲ୍ଲୀ ଖାନ ମଧ୍ୟ ହାର ହୋଇଥିବା ଜଣାପଡିଛି । ଶ୍ରଦ୍ଧାଙ୍କୁ ନିଶିଦ୍ଧ ସିବିଡି ଅଏଲ୍ ମଗାଇଥିବା ଅଭିଯୋଗରେ ଜେରା କରୁଛି ଏନସିବି ।

ବଲିଉଡ ସହ ଡ୍ରଗ୍ସ ଲିଙ୍କରେ ବଲିଉଡ ଅଭିନେତ୍ରୀ ଦୀପିକା ପାଦୁକୋନ, ସାରା ଅଲ୍ଲୀ ଖାନ, ଶ୍ରଦ୍ଧା କପୁର ଓ ରାକୁଲପ୍ରୀତ ସିଂଙ୍କୁ ସମନ କରିଥିଲା ଏନସିବି । ତେବେ ଏହି ଘଟଣାରେ ସମସ୍ତ ଅଭିନେତ୍ରୀ ଆଜି ଏନସିବିରେ ହାଜର ହୋଇଛନ୍ତି ।