କନକ ବ୍ୟୁରୋ : ଡ୍ରଗ୍ସ ବ୍ୟବହାର ନେଇ ଚର୍ଚ୍ଚିତ ଅଭିନେତ୍ରୀ ଦୀପିକା ପାଦୁକୋନ, ନାର୍କୋଟିକସ୍ କଣ୍ଟ୍ରୋଲ ବ୍ୟୁରୋର ପଚରାଉଚରା ବେଳେ କାନ୍ଦି ପକାଇଥିଲେ । ପ୍ରାୟ ସାଢେ ୫ ଘଂଟାର ଜେରା ଭିତରେ ତିନି ଥର ତାଙ୍କ ଆଖିରେ ଲୁହ ଆସିଯାଇଥିଲା । ଦୀପିକାଙ୍କ କନ୍ଦାକଟା ଦେଖି ଜଣେ ଏନସିବି ଅଧିକାରୀ ତାଙ୍କୁ ହାତ ଯୋଡି କହିଥିଲେ, କାନ୍ଦିବା ବନ୍ଦ କରି ସତ କୁହନ୍ତୁ । ସତ କହିଲେ ଜେରା ଶୀଘ୍ର ସରିଯିବ ।
ବଲିଉଡ ଡ୍ରଗ୍ସ ମାମଲାରେ ବଲିଉଡ ଅଭିନେତ୍ରୀଙ୍କୁ ସମନ କରିଥିଲା ଏନସିବି । ଏନେଇ ରାକୁଲପ୍ରୀତି ସିଂ, ଦୀପିକା ପାଦୁକୋନ, ସାରା ଅଲ୍ଲୀ ଖାନ ଓ ଶ୍ରଦ୍ଧା କପୁରଙ୍କୁ ଏନିସିବି ଅଫିସରେ ଜେରା କରାଯାଇଥିଲା । ଜେରା ସମୟରେ ବିଭିନ୍ନ ଦିଗରୁ ପ୍ରଶ୍ନ କରିଥିଲା ଏନସିବି ।
ଦୀପିକାଙ୍କୁ ଡ୍ରଗ୍ସ ଚାଟ ନେଇ ପ୍ରଶ୍ନ କରାଯାଇଥିଲା । ତେବେ ଡ୍ରଗ୍ସ ଚାଟ କରିଥିବା ନେଇ ଦୀପିକା ଏନସିବି ଆଗରେ ସତ ମାନିଥିଲେ । ଦୀପିକା ଓ କରିସ୍ମାଙ୍କୁ ସାମ୍ନାସାମ୍ନି ପଚରାଉଚରା କରାଯାଇଥିଲା । ଦୀପିକାଙ୍କୁ ପ୍ରାୟ ସାଢେ ୫ ଘଣ୍ଟା ଜେରା କରାଯାଇଥିଲା ।