ପୁଣି ଡିପ୍ ଫେକର ଶିକାର ହେଲେ ଆମେରିକାର ପ୍ରସିଦ୍ଧ ଗାୟିକା ଟେଲର ସ୍ୱିଫ୍ଟ , ଆଇନ ତିଆରି ପାଇଁ ଉଠିଲା ଦାବି

121

କନକ ବ୍ୟୁରୋ : ଏବେର ସମୟରେ ସବୁଠାରୁ ବଡ ବିପଦ ହେଇଛି ଆର୍ଟିଫିିଆଲ୍ ଇଣ୍ଟେଲିଜେନ୍ସର ଡିପ୍ ଫେକ୍ ଭିଡିଓ ଏବଂ ଫଟୋ । ଆମେରିକାର ପ୍ରସିଦ୍ଧ ଗାୟିକା ଟେଲର ସ୍ୱିଫ୍ଟ ଏହି ଡିପ୍ ଫେକର ଶିକାର ହୋଇଛନ୍ତି । ତାଙ୍କର ଏକ ଡିପ୍ ଫେକ୍ ଭିଡିଓ ଏବେ ସୋସିଆଲ ମିଡିଆରେ ବହୁତ ଜରସରରେ ଭାଇରାଲ ହେବାରେ ଲାଗିଛି । ଯେତେବେଳେ ସ୍ୱିଫ୍ଟଙ୍କ ଏହି ନକଲି ଚିତ୍ର ସୋସିଆଲ ମିଡିଆରେ ଭାଇରାଲ ହୋଇଥିଲା. ତାହା ଆମେରିକାର ନେତାମାନଙ୍କ ଦୃଷ୍ଟି ଆକର୍ଷଣ କରିଥିଲା । ବର୍ତ୍ତମାନ ଏହାକୁ ନିଷିଦ୍ଧ କରିବା ପାଇଁ ଆଇନପ୍ରଣୟନ କରିବାକୁ ଏବଂ ଯେଉଁ ଲୋକ ଏହା କରୁଛନ୍ତି ସେମାନଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ନେବା ପାଇଁ ସେମାନେ ନିବେଦନ କରିଛନ୍ତି ।

ଆମେରିକା ଗଣମାଧ୍ୟମର ସୂଚନା ଅନୁସାରେ, ଗାୟିକା ଟେଲୀ ସ୍ୱିଫ୍ଟଙ୍କ ଫଟୋ ଟ୍ୱିଟର ଓ ଟେଲିଗ୍ରାମ ସମେତ ଅନ୍ୟ ସୋସିଆଲ ମିଡିଆ ପ୍ଲାଟଫର୍ମରେ ଭାଇରାଲ ହୋଇଥିଲା । ଆମେରିକାର ଜଣେ ଆଇନଜୀବୀ ସ୍ୱିଫ୍ଟଙ୍କ ନକଲି ଚିତ୍ରକୁ ଭୟଭୀତ ବୋଲି ବର୍ଣ୍ଣନା କରିଛନ୍ତି । ଏହି ପୋଷ୍ଟ ବାବଦରେ ସୋସିଆଲ ମିଡିଆ ସାଇଟ୍ ଟ୍ୱିଟର ମଧ୍ୟ ପୋଷ୍ଟ କରିଛି ଯେ,ଏହି ଚିତ୍ରର ସନ୍ଧାନ କରି ତାହାକୁ ସୋସିଆଲ ମିଡିଆ ଆକାଉଣ୍ଡରୁ ଡିଲିଟ୍ କରୁଛି । ଏବଂ ଏହି ଫଟୋକୁ ସେୟାର କରୁଥିବା ଆକାଉଣ୍ଟ ବିରୋଧରେ ଉପଯୁକ୍ତ କାର୍ଯ୍ୟାନୁଷ୍ଠାନ ମଧ୍ୟ ନେଉଛୁ ।

ଟ୍ୱିଟର ନିଜର ଏକ ପୋଷ୍ଟ ମାଧ୍ୟମରେ କହିଛି ଯେ, ଏହି ଘଟଣାର ତୀକ୍ଷ୍ଣ ନଜର ରଖାଯାଉଛି ଓ ଏହା ନିଶ୍ଚିତ କରାଯାଉଛି କି ଅନ୍ୟ କୌଣସି ଉଲଘଂନ ଉପରେ ଯଥେଷ୍ଟ କାର୍ଯ୍ୟାନୁଷ୍ଠାନ ନିଆଯିବ ଏବଂ ସେହି ବିଷୟ ବସ୍ତୁକୁ ସୋସିଆଲ ମିଡିଆ ଆକାଉଣ୍ଟରୁ କାଟି ଦିଆଯିବ । ସ୍ୱିଫ୍ଟଙ୍କ ଏହି ନକଲି ଚିତ୍ର କୁ ୪୭ ମିଲିୟନ ଲୋକ ଦେଖିଛନ୍ତି ଏବଂ କିଛି ଏହାକୁ ସେୟାର ମଧ୍ୟ କରିଛନ୍ତି ।

ଡିପଫେକ ମଧ୍ୟମରେ କୌଣସି ବି ଲୋକର ଚେହେରାକୁ ବ୍ୟବହାର କରି ନକଲି ଭିଡିଓ ଏବଂ ଫଟୋ ତିଆରି କରିହେବ । ଏଥିରେ କୃତ୍ରିମ ମେଧା ବିଶେଷ ଭାବରେ ବ୍ୟବହାର ହୁଏ । ୨୦୨୩ ମସିହାରେ ହୋଇଥିବା ଏକ ଅନୁସନ୍ଧାନରୁ ଜଣାପଡିଛି ଯେ ଏହି କାରଣରୁ ୨୦୧୯ ରୁ ଡିପ୍ ଫେକ୍ ମାମଲା ୫୫୦ ପ୍ରତିଶତକୁ ବୃଦ୍ଧି ପାଇଛି    । ବର୍ତ୍ତମାନ ସମୟରେ ଏଆଇ କୁ ନେଇ ଆମେରୀକାରେ କୌଣସି ଆଇନ ତିଆରି ହୋଇନାହିଁ ।