କନକ ବ୍ୟୁରୋ: ଆସନ୍ତାକାଲି ଶପଥ ନେବେ ଦୀପାଳି ଦାସ । ଝାରସୁଗୁଡା ଉପ ନିର୍ବାଚନ ଜିତିବା ପରେ ସୋମବାର ଦୀପାଳିଙ୍କୁ ଶପଥପାଠ କରାଇବେ ବିଧାନସଭାର ଉପ ବାଚସ୍ପତି । ପୂର୍ବାହ୍ନ ସାଢେ ୧୦ଟାରେ ବିଧାୟିକା ଭାବେ ସେ ଶପଥ ନେବେ ବୋଲି ସୂଚନା ମିଳିଛି ।

Kanak News is now on WhatsApp
Join and get latest news updates delivered to you via WhatsApp
#କାଲି_ଶପଥ_ନେବେ_ଦୀପାଳି
ଆସନ୍ତାକାଲି ଶପଥ ନେବେ ଦୀପାଳି । ଦୀପାଳିଙ୍କୁ ଶପଥପାଠ କରାଇବେ ଉପ ବାଚସ୍ପତି । ପୂର୍ବାହ୍ନ ସାଢେ ୧୦ଟାରେ ବିଧାୟିକା ଭାବେ ଶପଥ ନେବେ ଝାରସୁଗୁଡାର ନୂଆ ବିଧାୟିକା ଦୀପାଳି ଦାସ । @deepalidas95 #Odisha #KanakNews pic.twitter.com/6HFGaMewbc— Kanak News (@kanak_news) May 14, 2023
ତେବେ ଏହା ପୂର୍ବରୁ ଆଜି ଭୁବନେଶ୍ୱରରେ ଆସି ପହଞ୍ଚିଛନ୍ତି ଝାରସୁଗୁଡାର ନୂଆ ବିଧାୟିକା । ଝାରସୁଗୁଡାରୁ ଆସି ଭୁବନେଶ୍ୱରରେ ପହଞ୍ଚିବା ପରେ ନବୀନ ନିବାସ ଯାଇ ସେ ମୁଖ୍ୟମନ୍ତ୍ରୀଙ୍କୁ ଭେଟିଛନ୍ତି । ଏହି ସମୟରେ ନବୀନ ତାଙ୍କୁ ଫୁଲତୋଡା ଦେଇ ସ୍ୱାଗତ କରିଥିବାବେଳେ, ଝାରସୁଗୁଡାର ବିକାଶକୁ ଆଗେଇ ନେବା ପାଇଁ ସମର୍ପିତ ଭାବେ କାର୍ଯ୍ୟ କରିବାକୁ ପରାମର୍ଶ ଦେଇଛନ୍ତି ।
ଝାରସୁଗୁଡ଼ା ଉପନିର୍ବାଚନରେ ଐତିହାସିକ ବିଜୟ ହାସଲ କରିଥିବା @bjd_odisha ର ପ୍ରାର୍ଥୀ ଦୀପାଳି ଦାସଙ୍କୁ ଭେଟିଲି। ଝାରସୁଗୁଡ଼ାର ବିକାଶକୁ ଆଗେଇ ନେବା ସହ ଲୋକମାନଙ୍କ ଜୀବନରେ ପରିବର୍ତ୍ତନ ଆଣିବା ପାଇଁ ସମର୍ପିତ ଭାବେ କାର୍ଯ୍ୟ କରିବାକୁ ତାଙ୍କୁ ପରାମର୍ଶ ଦେଲି। pic.twitter.com/EU2pjvvRio
— Naveen Patnaik (@Naveen_Odisha) May 14, 2023