ଚର୍ଚ୍ଚାରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ସହ ଦୀପାଳି ଦାସଙ୍କ ଭାଇ ବିଶାଳ ଦାସଙ୍କ ଫଟୋ । ଭଉଣୀ ହାରିବା ପରେ ବଢିଲା ଦଳ ଡିଆଁ ଚର୍ଚ୍ଚା ।

12,785

କନକ ବ୍ୟୁରୋ: ଚର୍ଚ୍ଚାରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ସହ ସ୍ୱର୍ଗତ ନେତା ନବ ଦାସଙ୍କ ପୁଅ ତଥା ବିଜେଡି ନେତ୍ରୀ ଦୀପାଳି ଦାସଙ୍କ ଭାଇ ବିଶାଳ ଦାସଙ୍କ ଫଟୋ । ଧର୍ମେନ୍ଦ୍ର ପ୍ରଧାନ ରାତ୍ରିଭୋଜନ କରୁଛନ୍ତି । ପାଖରେ ଦଳୀୟ କର୍ମୀ ରହିଛନ୍ତି । ଏହି ସମୟରେ ବିଶାଳ ଦାସ ପାଖରେ ବସିଛନ୍ତି । ନିର୍ବାଚନରେ ଦୀପାଳି ଦାସ ଝାରସୁଗୁଡାରୁ ବିଧାୟିକା ଭାବେ ନିର୍ବାଚନ ଲଢୁଥିଲେ । କିନ୍ତୁ ସେ ବିଜେପି ପ୍ରାର୍ଥୀ ଟଙ୍କଧର ତ୍ରିପାଠୀଙ୍କଠୁ ହାରିଛନ୍ତି । ଏହାପରେ ବିଶାଳ ଦାସ ଧର୍ମେନ୍ଦ୍ରଙ୍କ ସହ ନଜର ଆସିଛନ୍ତି । ବିଶାଳ କେଉଁଥିପାଇଁ ଭେଟିଛନ୍ତି ତାହା ଜଣାନାହିଁ । କିନ୍ତୁ ଏହି ଫଟୋ ଅନେକ କିଛି ବାର୍ତା ଦେଉଛି । ଦୀପାଳି ହାରିବା ପରେ ଭାଇ ବିଶାଳ ଦଳ ବଦଳ ପାଇଁ ଯୋଜନା କରୁଛନ୍ତି କି ନା ଏହା ଏକ ସୌଜନ୍ୟ ମୂଳକ ସାକ୍ଷାତ ଥିଲା ।