ଖେଳ ମଝିରେ ହୃଦୟ ଦିଆନିଆ: ଷ୍ଟାଡିୟମରେ ପ୍ରେମିକାଙ୍କୁ ପ୍ରପୋଜ କଲେ ଚେନ୍ନାଇ ବୋଲର ଦୀପକ ଚହର

1,017

କନକ ବ୍ୟୁରୋ: ପଡିଆ ଭିତରେ ପ୍ରେମ ନିବେଦନ । ଷ୍ଟାଡିୟମ ଭିତରେ ପ୍ରେମିକାଙ୍କୁ ପ୍ରପୋଜ କଲେ ଚେନ୍ନାଇର ପେସ ବୋଲର ଦୀପକ ଚହର । ଆଜିର ଚେନ୍ନାଇ ପଞ୍ଜାବ ମ୍ୟାଚରେ ଏମିତି ଏକ ରୋଚକ ଦୃଶ୍ୟ ଦେଖିବାକୁ ମିଳିଥିଲା । ଏହାର ଫଟୋ ଏବେ ସୋସିଆଲ ମିଡିଆରେ ଖୁବ ଭାଇରାଲ ହେବାରେ ଲାଗିଛି ।

ଆଜିର ମ୍ୟାଚ ଶେଷ ହେବା ପରେ ପାଭିଲିୟନରେ ବସିଥିବା ନିଜ ପ୍ରେମିକାଙ୍କୁ ପାଖକୁ ଯାଇଥିଲେ ଦୀପକ । ସେଠାରେ ଆଣ୍ଠେଇ ଫିଲ୍ମ ଷ୍ଟାଇଲରେ ତାଙ୍କ ପ୍ରେମିକାକୁ ପ୍ରପୋଜ କରିଥିଲେ ଦୀପକ । ଆଉ ରିଙ୍ଗ ମଧ୍ୟ ଦେଇଥିଲେ । ଏହି ଘଟଣା ସମୟରେ ପାଖରେ ଥିବା ଦର୍ଶକ ମଧ୍ୟ ତାଳି ମାରି ଉଭୟଙ୍କୁ ଉତ୍ସାହିତ କରିଥିଲେ ।