ଚମକିଲେ ଚହର । ସ୍ଥାପନ କଲେ ନୂଆ କୀର୍ତ୍ତିମାନ, ଗୋଟିଏ ଦିନର ବିରତି ପରେ ପୁଣି କଲେ ହ୍ୟାଟ୍ରିକ ।

429

କନକ ବ୍ୟୁରୋ : କୀର୍ତିମାନ ସ୍ଥାପନ କରିଛନ୍ତି ଚହର । ବାଂଲାଦେଶ ବିପକ୍ଷ ନିର୍ଣ୍ଣାୟକ ଟି ଟ୍ୱେଂଟିରେ ପ୍ରଥମ ପୁରୁଷ ଭାରତୀୟ କ୍ରିକେଟର ଭାବେ ଟି ଟ୍ୱେଂଟିରେ ହ୍ୟାଟ୍ରିକ ୱିକେଟ ନେଇଥିବା ଦୀପକ ଚହର ଆଜି ପୁଣି କମାଲ ଦେଖାଇଛନ୍ତି । ସେ ଦିନକ ବିରତି ପରେ ପୁଣିଥରେ ଟି ଟ୍ୱେଂଟି କ୍ରିକେଟରେ ହ୍ୟାଟ୍ରିକ ୱିକେଟ ଦଖଲ କରିଛନ୍ତି । ତେବେ ରବିବାର ଅନ୍ତର୍ଜାତୀୟ ମ୍ୟାଚରେ ହ୍ରାଟ୍ରିକ ନେଇଥିବା ଚହର ଆଜି ସୟିଦ ମୁସ୍ତାକ ଅଲୀ ଟ୍ରଫିରେ ଏହି କୀର୍ତିମାନ ସ୍ଥାପନ କରିଛନ୍ତି । ସୟଦ ମୁସ୍ତାକ ଅଲୀ ଟ୍ରଫିରେ ଚହର ରାଜସ୍ଥାନ ପକ୍ଷରୁ ପ୍ରତିନିଧିତ୍ୱ କରୁଛନ୍ତି ।

ଥିରୁଅନନ୍ତପୁରମ ଗ୍ରୀନଫିଲ୍ଡ ଷ୍ଟାଡିୟମରେ ଚାଲିଥିବା ବିଦର୍ଭ ବିପକ୍ଷ ମ୍ୟାଚରେ ସେ ଏହି କୀର୍ତିମାନ ସ୍ଥାପନ କରିଛନ୍ତି । ୨୭ବର୍ଷୀୟ ଚହର ବିଦର୍ଭର ଦର୍ଶନ ନାଲକାଣ୍ଡେ, ଶ୍ରୀକାନ୍ତ ଓ ଅକ୍ଷୟ ୱାଡେକରଙ୍କୁ ଆଉଟ କରି ଏହି ସଫଳତା ପାଇଛନ୍ତି । ଏହି ମ୍ୟାଚରେ ସେ ୩ଓଭରରେ ୧୮ରନ୍ ଦେଇ ୪ୱିକେଟ ପାଇଛନ୍ତି । ବର୍ଷା ଯୋଗୁଁ ମ୍ୟାଚକୁ ୧୩ଓଭର ବିଶିଷ୍ଟ କରାଯାଇଥିଲା । ମ୍ୟାଚର ଶେଷ ଓଭରରେ ହିଁ ଚହର ଏହି ସଫଳତା ପାଇଛନ୍ତି । ସେ ଶେଷ ଓଭରରେ ୪ଜଣ ବ୍ୟାଟ୍ସମ୍ୟାନଙ୍କୁ ଆଉଟ କରିଥିଲେ । ଓଭରର ପ୍ରଥମ ବଲରେ ସେ ରୁଷଭ ରାଥୋଡଙ୍କୁ ଆଉଟ କରିଥିଲେ । ଏହାପରେ ଶେଷ ୩ବଲରେ ୩ଜଣ ବ୍ୟାଟ୍ସମ୍ୟାନଙ୍କୁ ଆଉଟ କରିଥିଲେ । ଚହରଙ୍କ ଘାତକ ବୋଲିଂ ଯୋଗୁଁ ବିଦର୍ଭ ନିର୍ଦ୍ଦାରିତ ୨୦ଓଭରରେ ୯ୱିକେଟ ହରାଇ ମାତ୍ର ୯୯ରନ୍ କରିଥିଲା ।