୨୬ ଜାନୁଆରୀ ଲାଲକିଲ୍ଲା ହିଂସା ମାମଲା । ଅଭିଯୁକ୍ତ ଦୀପ ସିଦ୍ଧୁଙ୍କୁ ଜାମିନ ଦେଲେ ଦିଲ୍ଲୀ କୋର୍ଟ

101

କନକ ବ୍ୟୁରୋ : ଗଣତନ୍ତ୍ର ଦିବସରେ ଲାଲକିଲ୍ଲାରେ ହୋଇଥିବା ହିଂସା ମାଲାରେ ଗିରଫ ହୋଇଥିବା ଅଭିନେତା ଦୀପ ସିଦ୍ଧୁ ଙ୍କୁ ଆଜି ଦିଲ୍ଲୀ ତୀସ ହଜାରୀ କୋର୍ଟ ଜାମିନ ପ୍ରଦାନ କରିଛନ୍ତି । ତାଙ୍କୁ ୩୦ ହଜାର ଟଙ୍କା ବ୍ୟକ୍ତିଗତ ମୁଚାଲିକାରେ ଜାମିନ୍ ମିଳିଛି । ଗତ ସୋମବାର ଦିନ ଏହି ମାମଲାର ଶୁଣାଣି କରି କୋର୍ଟ ରାୟ ସଂରକ୍ଷିତ ରଖିଥିଲା । ଶୁଣାଣି ବେଳେ ଦୀପ୍ ଙ୍କ ଓକିଲ କୋର୍ଟରେ କହିଥିଲେ କି ଭିଡ ଭିତରେ ଘଟିଥିବା ହିଂସାରେ ତାଙ୍କ ମହୋକିଲକୁ ଦୋଷୀ ସାବ୍ୟସ୍ତ କରିପାରିବ ନାହିଁ କୋର୍ଟ । ସେ ଜଣେ ଦାୟିତ୍ୱବାନ ନାଗରିକ ଭାବେ ପ୍ରଦର୍ଶନରେ ସାମିଲ ହୋଇଥିଲେ ।

ଅନ୍ୟପଟେ ଦିଲ୍ଲୀ ପୋଲିସ ଦ୍ୱାରା ନିୟୋଜିତ ହୋଇଥିବା ଓକିଲ କହିଥିଲେ କି ଦୀପ ସିଦ୍ଧୁ ହିଂସା କରିବା ଓ ତ୍ରୀରଙ୍ଗକୁ ଅପମାନ କରିବା ଉଦ୍ଦେଶ୍ୟରେ ସେ ପ୍ରଦର୍ଶନରେ ସାମିଲ ହୋଇଥିଲେ । ବେଆଇନ ଭାବେ ଲୋକଙ୍କୁ ଏକତ୍ରିତ କରିବାରେ ଦୀପ୍ ପ୍ରମୁଖ ଭୂମିକା ନେଇଥିବା କଥା ସରକାରୀ ଓକିଲ ଦାବି କରିଥିଲେ ।

କହିରଖୁ କି, ୨୬ ଜାନୁଆରୀ ଦିନ କୃଷକ ମାନଙ୍କ ତରଫରୁ ଆୟୋଜିତ ଟ୍ରାକ୍ଟର ପ୍ୟାରେଡ ବେଳେ ଲାଲକିଲ୍ଲା ପରିସରରେ ହୋଇଥିବା ହିଂସାରେ ଅଭିଯୁକ୍ତ ଭାବେ ଫେବୃଆରୀ ମାସରେ ଦୀପ ସିଦ୍ଧୁଙ୍କୁ ଗିରଫ କରାଯାଇଥିଲା ।