ଗଭୀର ସମୁଦ୍ର ମଝିରେ ଦୁର୍ଘଟଣା : ଗିଲେଟିନ ବେଟକୁ ପିଟିଲା ଟ୍ରଲର, ମରଣମୁହଁରୁ ଅଳ୍ପକେ ବର୍ତିଲେ ୫ଧୀବର; ସମୁଦ୍ର ପାଣିରେ ଭାସୁଥିବା ବେଳେ ରାତି ଅଧରେ ଉଦ୍ଧାର କଲା ମାଛଧରା ବୋଟ

291

କନକ ବ୍ୟୁରୋ : ସମୁଦ୍ର ମଝିରେ ଦୁର୍ଘଟଣା ଗ୍ରସ୍ତ ବୋଟ୍, ଜୀବନ ବିକଳରେ ପାଣିରେ ଉବୁଟୁବୁ ହେଉଥିଲେ ୫ ଜଣ ଧୀବର । ଚାନ୍ଦବାଲି ବଙ୍ଗୋପସାଗରର ପ୍ରାୟ ୧୫ କିଲୋମିଟର ଗଭୀୂର ସମୁଦ୍ରରେ ଗିଲେଟିନ ବୋଟକୁ ପିଟିଲା ଟ୍ରଲର । ୧୦ ତାରିଖ ରାତିରେ ସୁଲୋଚନା-୨ ନାମକ ଏକ ଗିଲେଟିନ୍ ବୋଟ ମାଛ ମାରୁଥିବା ବେଳେ ଅନ୍ଧାର ରାତିରେ ଜମୁନା ନାମକ ଏକ ଟ୍ରଲର ତାକୁ ଧକ୍କା ଦେଇଥିଲା । ଫଳରେ ବୋଟଟି ସଂପୂର୍ଣ୍ଣ ଭାଙ୍ଗିଯାଇଥିଲା ।

ଫଳରେ ଏଥିରେ ଥିବା ୫ ଜଣ ଧୀବର ପାଣି ଭିତରକୁ ଛିଟିକି ପଡିଥିଲେ । ପାଣି ଡ୍ରମକୁ ଧରି ସେମାନେ ଭାସୁଥିବା ବେଳେ ସେମାନଙ୍କୁ ଉଦ୍ଧାର କରିବା ପାଇଁ ୩ଟି ବୋଟ୍ରେ ଖୋଜାଖୋଜି ଆରମ୍ଭ କରିଥିଲା । ଶେଷରେ ସେମାନଙ୍କୁ ମଝି ସମୁଦ୍ରରେ ଠାବ କରି ଉଦ୍ଧାର କରିଥିଲେ । ତେବେ ଏହି ଦୁର୍ଘଟଣା ନେଇ ମେରାଇନ ଥାନାରେ କୌଣସି ଅଭିଯୋଗ ହୋଇ ନଥିବା ସୂଚନା ମିଳିଛି ।