କନକ ବ୍ୟୁରୋ: ପୂର୍ବ କେନ୍ଦ୍ରୀୟ ବଙ୍ଗୋପସାଗର ଅଞ୍ଚଳରେ ସକ୍ରିୟ ଗଭୀର ଅବପାତ ବାତ୍ୟାର ରୂପ ନେଇଛି । ଅର୍ଥାତ୍ ବଙ୍ଗୋପସାଗରରେ ସାମୁଦ୍ରିକ ଝଡ ସିତ୍ରାଙ୍ଗ ସୃଷ୍ଟି ହୋଇଛି । ଆଜି ଅବପାତ ଗଭୀର ଅବପାତରେ ପରିଣତ ହେବା ପରେ ଆହୁରି ଘନୀଭୂତ ହୋଇ ବାତ୍ୟା ସିତ୍ରାଙ୍ଗର ରୂପ ନେଇଛି । ଏବେ ପୂର୍ବ କେନ୍ଦ୍ରୀୟ ବଙ୍ଗୋପସାଗରରେ ସକ୍ରିୟ ଥିବା ବାତ୍ୟା ସିତ୍ରାଙ୍ଗା ଆଗକୁ ସମୁଦ୍ର ଭିତରେ ଗତିପଥ ପରିବର୍ତନ କରିବ । ମୋଡ ନେଇ ଉତ୍ତର ପୂର୍ବ ଦିଗରେ ଗତି କରି ଉପକୂଳ ମୁହାଁ ହେବ । କେନ୍ଦ୍ରୀୟ ବଙ୍ଗୋପସାଗରରୁ ରିକର୍ଭ କରି ଉତ୍ତର ପୂର୍ବ ଦିଗରେ ୨୫ ତାରିଖ ସକାଳ ପର୍ଯ୍ୟନ୍ତ ଗତି କରିବ ବୋଲି ପାଣିପାଗ ବିଭାଗ ପକ୍ଷରୁ ସୂଚନା ମିଳିଛି । ଗତିପଥ ପରିବର୍ତ୍ତନ କଲା ପରେ ଓଡ଼ିଶା ଉପକୂଳରୁ ସମାନ୍ତରାଳ ଭାବେ ସମୁଦ୍ର ଭିତରେ ୨୦୦ରୁ ୨୫୦ କିମି ଦୂରରେ ରହିବ ବାତ୍ୟା ସିତ୍ରାଙ୍ଗ । ଏହାର ପ୍ରଭାବରେ ଉପକୂଳବର୍ତୀ ଜିଲ୍ଲାରେ ବର୍ଷା ହେବାର ସମ୍ଭାବନା ରହିଛି । ଉପକୂଳ ଅଞ୍ଚଳରେ ସ୍ୱଳ୍ପରୁ ମଧ୍ୟମ ଧରଣର ବର୍ଷା ହେବା ଆକଳନ କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର । ଆଜିଠାରୁ କାଲି ସକାଳ ଯାଏଁ ପୁରୀ କେନ୍ଦ୍ରାପଡ଼ା ଜଗତସିଂହପୁର, ଜିଲ୍ଲାରେ ବର୍ଷାର ସମ୍ଭାବନା ରହିଛି । ସେହିପରି ୨୪ରୁ ୨୫ ତାରିଖ ସକାଳ ଯାଏଁ ବାଲେଶ୍ୱର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡା, ଜଗତସିଂହପୁର ଓ କଟକରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି ।
ପୂର୍ବ କେନ୍ଦ୍ରୀୟ ବଙ୍ଗୋପସାଗର ବାତ୍ୟାର ରୂପ ନେଲା ଗଭୀର ଅବପାତ । ସମୁଦ୍ର ଭିତରେ ମୋଡ ବଦଳାଇ ଉତ୍ତର ପୂର୍ବ ଦିଗରେ ଉପକୂଳ ମୁହାଁ ହେବ ସାମୁଦ୍ରିକ ଝଡ ସିତ୍ରାଙ୍ଗ
/kanak/media/post_attachments/wp-content/uploads/2022/10/we3qw.jpg)
Advertisment
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/05/31/2025-05-31t055911608z-1001121283.png)