ବାତ୍ୟା ଆଲର୍ଟ ! ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ ନେଲା ଡିପ୍ ଡିପ୍ରେସନର ରୂପ

71

କନକ ବ୍ୟୁରୋ: ଦୁଇ ଦିନ ଧରି ଓଡିଶାରେ ହେବ ପ୍ରବଳ ବର୍ଷା । ବିଶେଷ କରି ଉତ୍ତର ଓଡିଶାରେ ପ୍ରବଳ ବର୍ଷିବ । ଏହା ସାଙ୍ଗକୁ ୬୫ କିଲୋମିଟର ବେଗରେ ପବନ ବୋହିବାର ଅନୁମାନ କରିଛି ପାଣିପାଗ ବିଭାଗ । ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ ଆଜି ଡିପ୍ ଡିପ୍ରେସନର ରୁପ ନେଇଛି । ବର୍ତ୍ତମାନ ଏହା ଘଂଟାପ୍ରତି ୯କିଲୋମିଟର ବେଗରେ ପଶ୍ଚିମବଙ୍ଗ ଉପର ଦେଇ ଗତି କରୁଛି । ଲଘୁଚାପ ପ୍ରଭାବରେ ଓଡିଶାରେ ବାତ୍ୟା ସୂଚନା ନଥିଲେ ମଧ୍ୟ, ପ୍ରବଳ ବର୍ଷାର ଆକଳନ କରିଛି ପାଣିପାଗ ବିଭାଗ ।

ସୂଚନା ମୁତାବକ, ବଙ୍ଗୋପସାଗରରେ ଗତ କିଛି ଦିନ ହେଲା ଘୂର୍ଣ୍ଣିବଳୟ ସୃଷ୍ଟି ହୋଇ ଏହା ଧିରେ ଧିରେ ଘନୀଭୂତ ହେବାରେ ଲାଗିଥିଲା । ଗତ ରବିବାର ଦିନ ଏହା ଲଘୁଚାପରେ ପରିଣତ ହେବା ପରେ ଅଳ୍ପ ସମୟ ମଧ୍ୟରେ ସକାଳ ୧୧ ଟା ସୁଦ୍ଧା ଏହା ଡିପ୍ରେସନର ରୂପ ନେଇଥିଲା । ଯାହାଦ୍ୱାରା ଘଂଟାପ୍ରତି ୯ କିଲୋମିଟର ବେଗରେ ଏବେ ଏହା ପଶ୍ଚିମ ଏବଂ ଉତର-ପଶ୍ଚିମ ଦିଗକୁ ଗତି କରୁଛି । ପରେ ଏହା ଉତ୍ତର ଦିଗକୁ ଗତି କରିବ । ବାଲେଶ୍ୱର ଠାରୁ ୧୯୦ କିଲୋମିଟର ଏବଂ ପାରାଦୀପ ଠାରୁ ୩୦୦ କିଲୋମିଟର ଉତର-ପୂର୍ବରେ ବର୍ତ୍ତମାନ ଏହାର ଅବସ୍ଥିତି ରହିଛି । ବିଶେଷ କରି ପଶ୍ଚିମବଙ୍ଗ ଏବଂ ଝାଡଖଣ୍ଡ ଆଡକୁ ରହିଛି ଡିପ୍ ଡିପ୍ରେସନର ଗତି ।

ଡିପ୍ ଡିପ୍ରେସନ ରୂପ ନେଇସାରିଥିବା ଲଘୁଚାପ ପ୍ରଭାବରେ ଉତ୍ତର ଓଡିଶାରେ ପ୍ରବଳ ବର୍ଷା ହେବ । ଦକ୍ଷିଣ ଓଡିଶାର ଅନେକ ସ୍ଥାନରେ ବର୍ଷା ସହ ଝଡତୋଫାନ ହେବା ସମ୍ଭାବନା ରହିଛି । ବିଶେଷ କରି ଉତ୍ତର ଓଡିଶାର ସୁନ୍ଦରଗଡ, ସମ୍ବଲପୁର, ଦେଓଗଡ, କେଉଁଝର, ମୟୂରଭଂଜ, ବାଲେଶ୍ୱର, ଭଦ୍ରକ, ଯାଜପୁରରେ ପ୍ରବଳ ବର୍ଷାର ଆକଳନ କରିଛି ପାଣିପାଗ ବିଭାଗ । ଏଥିପାଇଁ ପାରାଦୀପ ଏବଂ ଗୋପାଳପୁରରେ ୩ ନମ୍ବର ବିପଦ ସଙ୍କେତ ଜାରି ହୋଇଛି । ଏହି ସମୟରେ ଘଂଟାପ୍ରତି ୪୫ ରୁ ୫୫ କିଲୋମିଟର ବେଗରେ ପବନ ବୋହିବ । ଏପରିକି କିଛି ସ୍ଥାନରେ ୬୫ କିଲୋମିଟର ବେଗରେ ପବନ ବୋହିବା ସମ୍ଭାବନା ରହିଛି ।

ଲଘୁଚାପ ପ୍ରଭାବରେ ଆସନ୍ତା ୧୧ ତାରିଖ ଯାଏଁ ବର୍ଷା ଜାରି ରହିବ । ବିଶେଷ କରି ସୋମବାର ଏବଂ ମଙ୍ଗଳବାର ଅଧିକ ବର୍ଷିବ । ଓଡିଶା ପାଇଁ କୌଣସି ବାତ୍ୟା ସୂଚନା ନଥିଲେ ମଧ୍ୟ ପ୍ରବଳ ବର୍ଷାର ଆକଳନ କରିଛି ପାଣିପାଗ ବିଭାଗ ।

ଘଂଟାପ୍ରତି ୯ କିଲୋମିଟର ବେଗରେ ପଶ୍ଚିମ ଏବଂ ଉତ୍ତର-ପଶ୍ଚିମ ଦିଗକୁ ଗତି କରୁଛିପରେ ଉତ୍ତର ଦିଗକୁ ଗତି କରିବ

• ବାଲେଶ୍ୱର ଠାରୁ ୧୯୦ କିଲୋମିଟର

• ପାରାଦୀପ ଠାରୁ ୩୦୦ କିଲୋମିଟର ଉତର-ପୂର୍ବରେ ରହିଛି

• ପଶ୍ଚିମବଙ୍ଗ ଏବଂ ଝାଡଖଣ୍ଡ ଆଡକୁ ରହିଛି ଡିପ୍ ଡିପ୍ରେସନର ଗତି

 • ଉତ୍ତର ଓଡିଶାରେ ପ୍ରବଳ ବର୍ଷା ହେବ

• ଦକ୍ଷିଣ ଓଡିଶାର ଅନେକ ସ୍ଥାନରେ ବର୍ଷା ସହ ଝଡତୋଫାନ ସମ୍ଭାବନା

• ସୁନ୍ଦରଗଡ, ଝାଡଖଣ୍ଡ, ସମ୍ବଲପୁର, ଦେଓଗଡ, କେଉଁଝର, ମୟୂରଭଂଜ, ବାଲେଶ୍ୱର, ଭଦ୍ରକ, ଯାଜପୁର

• ପାରାଦୀପ ଏବଂ ଗୋପାଳପୁରରେ ୩ ନମ୍ବର ବିପଦ ସଙ୍କେତ

• ଘଂଟାପ୍ରତି ୪୫ ରୁ ୫୫ କିଲୋମିଟର ବେଗରେ ପବନ ବୋହିବ

• ୬୫ କିଲୋମିଟର ବେଗରେ ପବନ ବୋହିବା ସମ୍ଭାବନା

• ଆସନ୍ତା ୧୧ ତାରିଖ ଯାଏଁ ବର୍ଷା ଜାରି ରହିବ

• ସୋମବାର ଏବଂ ମଙ୍ଗଳବାର ଅଧିକ ବର୍ଷିବ