୬ ଘଣ୍ଟାରେ ବାତ୍ୟା ରୂପ ନେବ ଗଭୀର ଅବପାତ: ପଢନ୍ତୁ କେବେ ଅତିକ୍ରମ କରିବ ଓଡିଶା ଉପକୂଳ

376

କନକ ବ୍ୟୁରୋ: ଆଗାମୀ ୬ ଘଣ୍ଟା ମଧ୍ୟରେ ବାତ୍ୟା ରୂପ ନେବ ଗଭୀର ଅବପାତ । ୬ ଘଣ୍ଟା ହେବ ୧୪ କିମି ବେଗରେ ଗତି କରୁଛି ଗଭୀର ଅବପାତ । ଗୋପାଳପୁରଠାରୁ ୪୭୦ କିମି ଦୂରରେ ପୂର୍ବ ଓ ଦକ୍ଷିଣ-ପୂର୍ବକୁ ରହିଛି । ସେହିପରି କଳିଙ୍ଗପଟ୍ଟନମର ପୂର୍ବରେ ୫୪୦ କିମି ଦୂରରେ ରହିଛି ଅବପାତ । ୨୬ ତାରିଖ ସନ୍ଧ୍ୟାରେ ଦକ୍ଷିଣ ଓଡିଶା ଅତିକ୍ରମ କରିବାର ସମ୍ଭାବନା ରହିଛି ।

ବଙ୍ଗୋପସାଗରରେ ସୃଷ୍ଟ ଅବପାତ ଗଭୀର ଅବପାତରେ ପରିଣତ ହୋଇଛି । ବର୍ତମାନ ଏହା ପୂର୍ବ କେନ୍ଦ୍ରୀୟ ବଙ୍ଗୋପସାଗରରେ ରହିଥିବା ବେଳେ ୬ଘଂଟା ମଧ୍ୟରେ ଏହା ବାତ୍ୟାର ରୂପ ନେବ ବୋଲି ପୁର୍ବାନୁମାନ କରିଛି ପାଣିପାଗ ବିଭାଗ । ସେହିପରି ବାତ୍ୟାର ପ୍ରଭାବରେ ରାଜ୍ୟରେ ପ୍ରବଳ ବର୍ଷା ହେବର ସମ୍ଭାବନା ରହିଛି ।