କନକ ବ୍ୟୁରୋ: ଆଗାମୀ ୬ ଘଣ୍ଟା ମଧ୍ୟରେ ବାତ୍ୟା ରୂପ ନେବ ଗଭୀର ଅବପାତ । ୬ ଘଣ୍ଟା ହେବ ୧୪ କିମି ବେଗରେ ଗତି କରୁଛି ଗଭୀର ଅବପାତ । ଗୋପାଳପୁରଠାରୁ ୪୭୦ କିମି ଦୂରରେ ପୂର୍ବ ଓ ଦକ୍ଷିଣ-ପୂର୍ବକୁ ରହିଛି । ସେହିପରି କଳିଙ୍ଗପଟ୍ଟନମର ପୂର୍ବରେ ୫୪୦ କିମି ଦୂରରେ ରହିଛି ଅବପାତ । ୨୬ ତାରିଖ ସନ୍ଧ୍ୟାରେ ଦକ୍ଷିଣ ଓଡିଶା ଅତିକ୍ରମ କରିବାର ସମ୍ଭାବନା ରହିଛି ।
ବଙ୍ଗୋପସାଗରରେ ସୃଷ୍ଟ ଅବପାତ ଗଭୀର ଅବପାତରେ ପରିଣତ ହୋଇଛି । ବର୍ତମାନ ଏହା ପୂର୍ବ କେନ୍ଦ୍ରୀୟ ବଙ୍ଗୋପସାଗରରେ ରହିଥିବା ବେଳେ ୬ଘଂଟା ମଧ୍ୟରେ ଏହା ବାତ୍ୟାର ରୂପ ନେବ ବୋଲି ପୁର୍ବାନୁମାନ କରିଛି ପାଣିପାଗ ବିଭାଗ । ସେହିପରି ବାତ୍ୟାର ପ୍ରଭାବରେ ରାଜ୍ୟରେ ପ୍ରବଳ ବର୍ଷା ହେବର ସମ୍ଭାବନା ରହିଛି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2021/09/21-31.jpg)