ଡିପଫେକ୍ ରୋକିବାକୁ ନୂଆ ୱେବସାଇଟ ସହ ଅପଗ୍ରେଡ ହେବ ଆଇଟି ମନ୍ତ୍ରାଳୟ । ନକଲି ଭିଡିଓ, ଅଡିଓ ଏବଂ ପୋଷ୍ଟ ବାବଦରେ ୟୁଜରର୍ସ କରିପାରିବେ ଅଭିଯୋଗ

100

କନକ ବ୍ୟୁରୋ : ଡିପଫେକକୁ ନେଇ ଆସିଛି ବଡ ଖବର । ଡିପଫେକ୍ ରୋକିବାକୁ ନୂଆ ୱେବସାଇଟ ସହ ଅପଗ୍ରେଡ ହେବ ଆଇଟି ମନ୍ତ୍ରାଳୟ । ଡିପଫେକ ଭିଡିଓ ଯାଂଚ ପାଇଁ କେନ୍ଦ୍ର ସରକାର ଅଧିକାରୀଙ୍କୁ ନିଯୁକ୍ତି କରିବାକୁ ଯାଉଛନ୍ତି । ଯିଏ ପୋଷ୍ଟ, ଭିଡିଓ ଓ ଅଡିଓକୁ ମନିଟର କରିବେ । ଏନେଇ କେନ୍ଦ୍ରମନ୍ତ୍ରୀ ରାଜୀବ ଚନ୍ଦ୍ରଶେଖର ଆଜି ସୂଚନା ଦେଇଛନ୍ତି । ଖୁବ ଶିଘ୍ର ଇଲେକ୍ଟ୍ରୋନିକ୍ସ ଏବଂ ସୂଚନା ପ୍ରଯୁକ୍ତିବିଦ୍ୟା ମନ୍ତ୍ରାଳୟରେ ଏକ ୱେବସାଇଟ ବିକଶିତ ହେବ । ଯେଉଁଥିରେ ୟୁଜରର୍ସ ଅଭିଯୋଗ କରିପାରିବେ । ଭିଡିଓ ଓ ଫଟୋ ବିକୃତ କରାଯାଇ ଅପଲୋଡ କରାଗଲେ ଏହି ପ୍ଲାଟଫର୍ମ ମାଧ୍ୟମରେ ସିଧାସଳଖ ଅଭିଯୋଗ କରିପାରିବେ । ଆବଶ୍ୟକ ପଡିଲେ ଅଭିଯୁକ୍ତଙ୍କ ବିରୋଧରେ ଏଫଆଇଆର ଦାଖଲ କରିପାରିବେ ୟୁଜରର୍ସ । ପ୍ରମାଣିତ ହେଲେ ଦୋଷୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ । ଆଇଟି ନିୟମ ଅନୁସାରେ ସୋସିଆଲ ମିଡିଆ ପ୍ଲାଟଫ୍ଲମରେ ୭ଦିନ ଭିତରେ ଆବଶ୍ୟକ ପରିବର୍ତନ କରିବାକୁ କୁହାଯାଇଛି । ସେପଟେ କଂଗ୍ରେସ ନେତା ମନିଷ ତିୱାରୀ କହିଛନ୍ତି ଡିପଫେକ ଏକ ପୁରୁଣା ସମସ୍ୟା । ବର୍ତମାନ ସ୍ଥିତିରେ ଏହା ଉପରେ ବିସ୍ତୁତ ଆଲୋଚନା ସହ ସଚେତନତାର ଆବଶ୍ୟକ ରହିଛି ।