କନକ ବ୍ୟୁରୋ: ଜୀବିତ ଥାଇ ବି ଭତା ତାଲିକାରୁ କଟିଯାଇଛି ନାଁ । ଦୀର୍ଘ ୮ମାସ ହେଲା ଭତା ପାଇବାରୁ ବଞ୍ଚିତ ରହିଛନ୍ତି ଅସହାୟ ବୃଦ୍ଧା ଜଣକ । ବୟସର ଅପରାହ୍ନରେ ପହଞ୍ଚିଥିବା ୮୫ ବର୍ଷୀୟା ବୃଦ୍ଧା ହେଉଛନ୍ତି ଗଞ୍ଜାମ ବେଲଗୁଣ୍ଠା ସାନଦୋଡ଼ଙ୍ଗାର ଜମ୍ବୁ ବାରିକ । ବେସାହାରା ଏହି ବୃଦ୍ଧା ଜମ୍ବୁଙ୍କ ପରିବାର ବୋଲି କେହି ନାହିଁ । ଅଭାବ ଅନଟନ ଭିତରେ ଭଙ୍ଗା ଘରେ ଜୀବନ ଜୀଉଁଥିବା ବେଳେ କେବଳ ବାର୍ଦ୍ଧକ୍ୟ ଭତା ବାବଦକୁ ୭୦୦ ଟଙ୍କା ମିଳୁôଥିଲା । ହେଲେ କରୋନା ସମୟରେ ସେ ଘରେ ପଡ଼ିରହିଥିଲେ ।
ଅସୁସ୍ଥ ଯୋଗୁ ଭତା ଟଙ୍କା ନେବା ପାଇଁ ଆସିନପାରିଥିଲେ । ଯାହାଫଳରେ ତାଙ୍କୁ ମୃତଭାବି ତାଲିକାରୁ ତାଙ୍କ ନାଁ କାଟି ଦିଆଯାଇଥିବା ହୋଇଛି ଅଭିଯୋଗ । ଏବେ ୮ ମାସ ବିତିଯାଇଥିଲ ବି ତାଙ୍କୁ ଭତା ଗଣ୍ଡାକ ମିଳିପାରିନି । ବାର୍ଦ୍ଧକ୍ୟ ଯୋଗୁ ଚାଲିବୁଲି ପାରୁନଥିବା ବେଳେ ଗାଁର ତେଜରାତି ଦୋକାନୀ ମଧ୍ୟ ତାଙ୍କୁ ଆଉ ବାକି ଦେଉନି । ସମସ୍ୟା ଭିତରେ ରହିଥିବା ଜମ୍ବୁଙ୍କ ଅସୁବିଧା ମଧ୍ୟ ଜିଲ୍ଲାପାଳଙ୍କ ଅଭିଯୋଗ ଶୁଣାଣିରେ ଜଣାଯାଇଥିଲା । ତାପରେ ବି କିପରି ଓ କାହିଁକି ଜମ୍ଭୁଙ୍କର ନାମ ଭତା ତାଲିକାରୁ ବାଦପଡ଼ିଛି ସେନେଇ କାହା ପାଖରେ ଉତ୍ତର ନାହିଁ । ହେଲେ ବୃ୍ଦ୍ଧାଙ୍କୁ ଖୁବଶୀଘ୍ର ଭତା ଓ କିଛି ସାହାଯ୍ୟ ସହଯୋଗ ଯୋଗାଇବାକୁ ସ୍ଥାନୀୟ ଲୋକେ ଅନୁରୋଧ କରିଛନ୍ତି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2023/01/18-14.jpg)