ନୟାଗଡରେ ଲୋକାର୍ପିତ ହେଲା କୋଭିଡ ହେଲଥ ସେଣ୍ଟର । ପ୍ରାଥମିକ ପର୍ଯ୍ୟାୟରେ ୧୦୦ ଶଯ୍ୟା ବିଶିଷ୍ଟ ରହିଥିବା ବେଳେ ପରବର୍ତ୍ତୀ ପର୍ଯ୍ୟାୟରେ ଏହାକୁ ୨୦୦ ଶଯ୍ୟା ବିଶିଷ୍ଟ କରାଯିବ ।

166

କନକ ବ୍ୟୁରୋ : ନୟାଗଡ ଜିଲ୍ଲା ଚାନ୍ଦପୁରରେ ଆନୁଷ୍ଠାନିକ ଭାବରେ ଲୋକାର୍ପିତ ହୋଇଛି କୋଭିଡ ହେଲଥ ସେଂଟର । ଜିଲ୍ଲାପାଳ ଡକ୍ଟର ପୋମା ଟୁଡୁ , ସିଡିଏମଓ ଡକ୍ଟର ଶ୍ୱେତ ମହାପାତ୍ରଙ୍କ ସହ ଜିଲ୍ଲାର ଅନ୍ୟାନ୍ୟ ବରିଷ୍ଠ ଅଧିକାରୀଙ୍କ ଉପସ୍ଥିତିରେ ଏହି ହେଲଥ ସେଂଟର ଲୋକାର୍ପିତ ହୋଇଛି । ପ୍ରାଥମିକ ପର୍ଯ୍ୟାୟରେ ଏହା ୧୦୦ ଶଯ୍ୟା ବିଶିଷ୍ଟ ରହିଥିବା ବେଳେ ପରବର୍ତ୍ତୀ ପର୍ଯ୍ୟାୟରେ ଏହାକୁ ୨୦୦ ଶଯ୍ୟା ବିଶିଷ୍ଟ କରାଯିବ ବୋଲି କୁହାଯାଇଛି ।

ଚାନ୍ଦପୁରରେ ପୂର୍ବରୁ ରହିଥିବା ଟିବି ହସ୍ପିଟାଲକୁ ଏବେ କୋଭିଡ ହେଲଥ ସେଂଟର କରାଯାଇଛି । ବର୍ତମାନ ପାଇଁ ଏଠାରେ ୧୩ ଜଣ ଡାକ୍ତର ନିୟୋଜିତ ଅଛନ୍ତି । ଆବଶ୍ୟକ ପଡିଲେ ଜିଲ୍ଲାର ଅନ୍ୟ ସ୍ଥାନରୁ ଡାକ୍ତରମାନଙ୍କୁ ଏଠାରେ ନିୟୋଜିତ କାରାଯିବାର କାର୍ଯ୍ୟକ୍ରମ ରହିଛି । ଭେଂଟିଲେଟରର ଆବଶ୍ୟକତା ପଡିଲେ ରୋଗୀଙ୍କୁ ଭୁବନେଶ୍ୱର ସ୍ଥାନାନ୍ତର କରାଇବା ପାଇଁ ଆମ୍ବୁଲାନ୍ସର ସୁବିଧା ମଧ୍ୟ ଉପଲବ୍ଧ ଅଛି । ନୟାଗଡ ଜିଲ୍ଲାରେ ପୂର୍ବରୁ ୨ଟି ଅବଜରଭେସନ ସେଂଟର କାର୍ଯ୍ୟକ୍ଷମ ରହିଛି ।