ରାଜ୍ୟରେ କମୁଛି ସଂକ୍ରମଣ, କମୁନି ମୃତ୍ୟୁ : ଦିନକରେ ୬୪୪ପଜିଟିଭ ଚିହ୍ନଟ, ୧୭ ମୃତ

ଦେଶରେ ୯୪ ଲକ୍ଷରୁ ଅଧିକ ଲୋକ କରୋନା ସଂକ୍ରମିତ । ଗତ ୨୪ ଘଂଟାରେ ୩୮ ହଜାର ୭୭୨ ଆକ୍ରାନ୍ତ, ୪୪୩ ମୃତ ।

କନକ ବ୍ୟୁରୋ : ରାଜ୍ୟରେ କମିବାରେ ଲାଗିଛି କରୋନା ସଂକ୍ରମଣ ସଂଖ୍ୟା । ଗତ ୨୪ ଘଂଟା ମଧ୍ୟରେ ସଙ୍ଗରୋଧ କେନ୍ଦ୍ରରୁ ୩୬୯ ଏବଂ ସ୍ଥାନୀୟ ସଂକ୍ରମଣରୁ ୨୭୫ ନୂଆ ମାମଲା ସାମ୍ନାକୁ ଆସିଛି । ଆଜିର ଆକ୍ରାନ୍ତ ମଧ୍ୟରୁ କଟକରୁ ସର୍ବାଧିକ ୬୪ଜଣ ଚିହ୍ନଟ ହୋଇଛନ୍ତି । ସେହିପରି ସୁନ୍ଦରଗଡରୁ ୬୨, ଅନୁଗୁଳରୁ ୫୦, ଖୋର୍ଦ୍ଧାରୁ ୪୯,  କେନ୍ଦୁଝରରୁ ୪୨ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।

ସେପଟେ ସଂକ୍ରମଣ କମୁଥିଲେ ବି ମୃତ୍ୟୁ ସଂଖ୍ୟା ଥମିବାରେ ନାଁ ନେଉନି । ଗତ ୨୪ ଘଂଟାରେ ରାଜ୍ୟରେ ୧୭ ଜଣଙ୍କ କରୋନା କାରଣରୁ ମୃତ୍ୟୁ ହୋଇଛି । ବର୍ତମାନ ରାଜ୍ୟରେ ମୋଟ ମୃତ୍ୟୁ ସଂଖ୍ୟା ୧୭୦୪ରେ ପହଂଚିଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe