କନକ ବ୍ୟୁରୋ : ରାଜ୍ୟରେ କମିବାରେ ଲାଗିଛି କରୋନା ସଂକ୍ରମଣ ସଂଖ୍ୟା । ଗତ ୨୪ ଘଂଟା ମଧ୍ୟରେ ସଙ୍ଗରୋଧ କେନ୍ଦ୍ରରୁ ୩୬୯ ଏବଂ ସ୍ଥାନୀୟ ସଂକ୍ରମଣରୁ ୨୭୫ ନୂଆ ମାମଲା ସାମ୍ନାକୁ ଆସିଛି । ଆଜିର ଆକ୍ରାନ୍ତ ମଧ୍ୟରୁ କଟକରୁ ସର୍ବାଧିକ ୬୪ଜଣ ଚିହ୍ନଟ ହୋଇଛନ୍ତି । ସେହିପରି ସୁନ୍ଦରଗଡରୁ ୬୨, ଅନୁଗୁଳରୁ ୫୦, ଖୋର୍ଦ୍ଧାରୁ ୪୯,  କେନ୍ଦୁଝରରୁ ୪୨ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।

Advertisment

ସେପଟେ ସଂକ୍ରମଣ କମୁଥିଲେ ବି ମୃତ୍ୟୁ ସଂଖ୍ୟା ଥମିବାରେ ନାଁ ନେଉନି । ଗତ ୨୪ ଘଂଟାରେ ରାଜ୍ୟରେ ୧୭ ଜଣଙ୍କ କରୋନା କାରଣରୁ ମୃତ୍ୟୁ ହୋଇଛି । ବର୍ତମାନ ରାଜ୍ୟରେ ମୋଟ ମୃତ୍ୟୁ ସଂଖ୍ୟା ୧୭୦୪ରେ ପହଂଚିଛି ।