ପୁଣି ଫେରିପାରେ କରୋନା : ଶୀତ ବଢିଲେ କରୋନା ବଢିବା ସମ୍ଭାବନା ନେଇ ସୂଚନା ଦେଲେ ବିଶେଷଜ୍ଞ

252

କନକ ବ୍ୟୁରୋ : ସାରା ଦେଶରେ କମୁଛି କରୋନା ସଂକ୍ରମଣ । ଭାରତ ପରି ଓଡିଶାରେ ବି କମୁଛି ସଂକ୍ରମଣ । ତେବେ ଏପରି ସ୍ଥିତିରେ କମ୍ ହେଉନାହିଁ କରୋନା ମୃତ୍ୟୁ ସଂଖ୍ୟା । ମୃତ୍ୟୁ ସଂଖ୍ୟା କମ୍ ନହେବାର ଗୋଟିଏ କାରଣ କୋମର୍ବିଟ୍ ରୋଗୀଙ୍କ ସଂଖ୍ୟା ଅଧିକ ରହିଛି । ଏହି କାରଣରୁ କରୋନା ରୋଗୀଙ୍କ ଶରୀରରେ କରୋନା ଭୂତାଣୁ ଥିବା ସମୟରେ ଅନ୍ୟ ରୋଗ ସବୁ ବଢି ଚାଲୁଛି । ଶେଷରେ ଜୀବନ ହରାଉଛି ରୋଗୀ ।
ଆଗକୁ ରାଜ୍ୟରେ ପାର୍ବଣ ସମୟ ରହିଛି । ତେଣୁ ପୁଣି ଫେରିପାରେ କରୋନା । ଏହି ସମୟରେ ସଜାଗ ନହେଲେ ସଂକ୍ରମଣ ଅଧିକ ହେବା ଆଶଙ୍କା ରହିଛି । ତେବେ ଶୀତ ବଢିଲେ କରୋନା ବଢିବା ସଂଭାବନା ଥିବା ନେଇ ସୂଚନା ଦେଇଛନ୍ତି ବିଶେଷଜ୍ଞ । ପଂଜାବ, ଦିଲ୍ଲୀ, ଜାମ୍ମୁକାଶ୍ମୀର , ହିମାଚଳ ପରି ରାଜ୍ୟରେ ଏହି ସମସ୍ୟା ଦେଖାଦେବ ବୋଲି ବିଶେଷଜ୍ଞ ଡାକ୍ତର ନିରଂଜନ ତ୍ରିପାଠୀ ସୂଚନା ଦେଇଛନ୍ତି ।