କମୁଛି କରୋନା ସଂକ୍ରମଣ : ରାଜ୍ୟରେ ୧୭୦୯ ନୂଆ ପଜିଟିଭ ଚିହ୍ନଟ; ସଙ୍ଗରୋଧରୁ ୯୮୫ ଓ ସ୍ଥାନୀୟ ଅଞ୍ଚଳରୁ ୭୨୪

208

କନକ ବ୍ୟୁରୋ : ରାଜ୍ୟରେ କମୁଛି କରୋନା ସଂକ୍ରମଣ । ଆଜି ସାରା ଓଡିଶାରୁ ୧୭୦୯ ଚିହ୍ନଟ ହୋଇଥିବା ବେଳେ ୧୧ଜଣଙ୍କ ମୃତ୍ୟୁ ହୋଇଛି । ଖୋର୍ଦ୍ଧରୁ ସର୍ବାଧିକ ୨୨୧, କଟକ ୧୧୫, ଅନୁଗୁଳ ୭୯, ବାଲେଶ୍ୱର ୬୧, ବରଗଡ ୯୯, ଭଦ୍ରକ ୧୧, ବଲାଙ୍ଗୀର ୫୩, ବୌଦ୍ଧ ୧୮, ଦେଓଗଡ ୯, ଢେଙ୍କାନାଳ ୬୪, ଗଜପତି ୪, ଗଞ୍ଜାମ ୧୯, ଜଗତସିଂହପୁର ୬୮, ଯାଜପୁର ୪୧, ଝାରସୁଗୁଡା ୨୮, କଳାହାଣ୍ଡି ୭୨, କନ୍ଧମାଳ ୨୦ ଚିହ୍ନଟ ହୋଇଛନ୍ତି । ସେହିପରି କେନ୍ଦ୍ରାପଡା ୫୦, କେନ୍ଦୁଝର ୭୨, କୋରାପୁଟ ୩୮, ମାଲକାନଗିରି ୩୯, ମୟୂରଭଞ୍ଜ ୧୨୧, ନବରଙ୍ଗପୁର ୨୬, ନୟାଗଡ ୨୯, ନୂଆପଡା ୮୬, ପୁରୀ ୫୮, ରାୟଗଡା ୧୬, ସମ୍ବଲପୁର ୪୩, ସୋନପୁର ୭, ସୁନ୍ଦରଗଡ ୧୦୭ ଓ ଷ୍ଟେଟ ପୋଲରୁ ୩୫ ଚିହ୍ନଟ ହୋଇଛନ୍ତି ।

ସେପଟେ ଆଜି କରୋନାରେ ୧୧ଜଣଙ୍କ ମୃତ୍ୟୁ ହୋଇଛି । ମୋଟ କରୋନା ମୃତ୍ୟୁସଂଖ୍ୟା ୧୩୩୧ରେ ପହଞ୍ଚିଛି । ସୁନ୍ଦରଗଡରୁ ୩, କେନ୍ଦୁଝର, ଭୁବନେଶ୍ୱର, ନୂଆପଡା, ଦେଓଗଡ, କଟକ, କେନ୍ଦ୍ରାପଡା, ଅନୁଗୁଳ, ମାଲକାନଗିରିରୁ ଜଣେ ଲେଖାଏଁ ମୃତ । ବର୍ତ୍ତମାନ ସୁଦ୍ଧା ରାଜ୍ୟରେ ୪୬,୦୧,୮୬୦ ଟେଷ୍ଟ କରାଯାଇଥିବା ବେଳେ ସୁସ୍ଥ ହେଲେଣି ୨,୭୫,୭୪୯ ଜଣ । ରାଜ୍ୟରେ ଆଉ ୧୪,୬୯୨ ଜଣ ସକ୍ରିୟ ସଂକ୍ରମିତ ଅଛନ୍ତି ।