କମୁଛି କରୋନା ସଂକ୍ରମଣ : ରାଜ୍ୟରେ ଆଉ ୭୩୦ ନୂଆ ଆକ୍ରାନ୍ତ ଚିହ୍ନଟ,୧୬ ମୃତ; ସଙ୍ଗରୋଧରୁ ୪୧୯ ଓ ସ୍ଥାନୀୟ ଅଞ୍ଚଳରୁ ୩୧୧

106

କନକ ବ୍ୟୁରୋ : ରାଜ୍ୟରେ କମୁଛି କରୋନା ସଂକ୍ରମଣ । ଗତ ୨୪ଘଣ୍ଟାରେ ୭୩୦ ପଜିଟିଭ ଚିହ୍ନଟ ହୋଇଥିବା ବେଳେ ୧୬ଜଣଙ୍କ ମୃତ୍ୟୁ ହୋଇଛି । ସଙ୍ଗରୋଧରୁ ୪୧୯ ଓ ସ୍ଥାନୀୟ ଅଞ୍ଚଳରୁ ୩୧୧ ଚିହ୍ନଟ । ଅନୁଗୁଳ ୪୪, ବାଲେଶ୍ୱର ୫୩, ବରଗଡ ୨୧, ଭଦ୍ରକ ୭, ବଲାଙ୍ଗୀର ୪୦, ବୌଦ୍ଧ ୧, କଟକ ୪୯, ଦେବଗଡ ୪, ଢେଙ୍କାନାଳ ୭, ଗଜପତି ୪, ଗଞ୍ଜାମ ୧୨, ଜଗତସିଂହପୁର ୨୪ ଓ ଯାଜପୁରରୁ ୨୫ଜଣ ଚିହ୍ନଟ ହୋଇଛନ୍ତି ।
ସେହିଭଳି ଝାରସୁଗୁଡା ୨୫, କଳାହାଣ୍ଡି ୩୩, କନ୍ଧମାଳ ୧, କେନ୍ଦ୍ରାପଡା ୧୪, କେନ୍ଦୁଝର ୪୦, ଖୋର୍ଦ୍ଧା ୬୫, କୋରାପୁଟ ୫, ମାଲକାନଗିରି ୩, ମୟୂରଭଞ୍ଜ ୬୮, ନୂଆପଡା ୪୬, ସୁନ୍ଦରଗଡ ୫୭, ପୁରୀ ୨୬ ଚିହ୍ନଟ ହୋଇଛନ୍ତି । ଅନ୍ୟପକ୍ଷରେ ୧୬ଜଣଙ୍କ ଜୀବନ ନେଇଛି କରୋନା । ସେଥିମଧ୍ୟରୁ ସୁନ୍ଦରଗଡରୁ ୪ଜଣ, ପୁରୀରୁ ୩ଜଣ, ଖୋର୍ଦ୍ଧା, ଯାଜପୁର, ଗଞ୍ଜାମ, ଢେଙ୍କାନାଳ, କଟକ, ଭୁବନେଶ୍ୱରରୁ ୨ଜଣଲେଖାଏଁ ମୃତ୍ୟୁ । ସେହିପରି ଭଦକ, ବରଗଡ ଓ ଅନୁଗୁଳରୁ ଜଣେ ଲେଖାଏଁ ମୃତ । ଏଥିସହିତ ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୩,୧୬,୦୦୧ରେ ପହଞ୍ଚିଥିବା ବେଳେ ସୁସ୍ଥ ହେଲେଣି ୩.୦୭,୩୭୪ ଜଣ । ରାଜ୍ୟରେ ସକ୍ରିୟ ସଂକ୍ରମିତ ୬,୮୮୭ ରହିଛି ।