ରାଜ୍ୟରେ କମୁଛି କରୋନା ସଂକ୍ରମଣ । ୨୪ ଘଂଟାରେ ୧୬୩୩ ଜଣ ସଂକ୍ରମିତ, ୨୬୧୩ ସୁସ୍ଥ ଓ ୧୬ ମୃତ

170

କନକ ବ୍ୟୁରୋ : ରାଜ୍ୟବାସୀଙ୍କୁ କରୋନାକୁ ନେଇ ଆସିଛି ଆସ୍ୱସ୍ଥିକର ଖବର । କ୍ରମାଗତ ଭାବେ ରାଜ୍ୟରେ ଦୈନିକ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ହ୍ରାସ ପାଇବାରେ ଲାଗିଛି । ଗତ ୨୪ ଘଂଟା ମଧ୍ୟରେ ରାଜ୍ୟରେ ୧୬୩୩ ଜଣ ନୂଆ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ କ୍ୱାରେଣ୍ଟିନ ସେଂଟରରୁ ୯୫୫ ଜଣ ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ୬୭୮ ଲୋକାଲ କେସ୍ ରହିଛି ।
ଅନୁଗୁଳ ୧୦୦, ବାଲେଶ୍ୱର ୨୬, ବରଗଡ ୫୩, ଭଦ୍ରକ ୨୧, ବଲାଙ୍ଗିର ୮୦, ବୌଦ୍ଦ ୩୫, କଟକ ୧୩୨, ଦେବଗଡ ୮, ଢେଙ୍କାନାଳ ୩୯, ଗଜପତି ୧୩, ଗଂଜାମ ୩୩, ଜଗତସିଂହପୁର ୭୯, ଯାଜପୁର ୪୩, ଝାରସୁଗୁଡା ୫୪, କଳାହାଣ୍ଡି ୩୬, କନ୍ଧମାଳ ୨୪, କେନ୍ଦ୍ରାପଡା ୧୦୫, କେନ୍ଦୁଝର ୫୧, ଖୋର୍ଦ୍ଦା ୧୫୮, କୋରାପୁଟ୍ ୩୫, ମାଲକାନଗିରି ୫୩, ମୟୁରଭଞ୍ଜ ୪୨, ନବରଙ୍ଗପୁର ୪୧, ନୟାଗଡ ୨୩, ନୂଆପଡା ୮୯, ପୁରୀ ୫୮, ରାୟଗଡା ୧୧, ସମ୍ବଲପୁର ୩୨, ସୋନପୁର ୨୨, ସୁନ୍ଧରଗଡ ୧୦୬, ଷ୍ଟେଟପୋଲ ୩୧ ।

ଏହା ସହ ଗତ ୨୪ ଘଂଟାରେ ୨୬୧୩ ଜଣ ସୁସ୍ଥ ହୋଇଛନ୍ତି । ଅନ୍ୟପଟେ ରାଜ୍ୟରେ ମୋଟ ୪୩,୧୮,୦୭୫ ଜଣଙ୍କର କରୋନା ଟେଷ୍ଟ ହୋଇଥିବା ବେଳେ ସେମାନଙ୍କ ମଧ୍ୟରୁ ୨,୮୧,୨୧୫ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ୨,୬୨,୦୩୧ ଜଣ ସୁସ୍ଥ ହୋଇଥିବା ବେଳେ ୧୭,୮୮୬ ଜଣ ଏବେ ବି ଚିକିତ୍ସିତ ହେଉଛନ୍ତି ।

ଅନ୍ୟପଟେ ଗତ ୨୪ ଘଂଟାରେ ୧୬ ଜଣ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି । ଏହାକୁ ମିଶାଇ ରାଜ୍ୟରେ କରୋନା ଜନିତ ମୃତ୍ୟୁ ସଂଖ୍ୟା ୧୨୪୫ ରେ ପହଂଚିଛି । ମୃତ୍ୟୁବରଣ କରିଥିବା ୧୬ ଜଣଙ୍କ ମଧ୍ୟରୁ ଅନୁଗୁଳ, ବାଲେଶ୍ୱର, ଢେଙ୍କାନାଳ, ଖୋର୍ଦ୍ଦା ଓ ସୁନ୍ଦରଗଡରୁ ୨ ଜଣ ଲେଖାଏଁ ଥିବା ବେଳେ ବରଗଡ, ଗଜପତି, ଗଂଜାମ, କେନ୍ଦୁଝର, ମାଲକାନଗିରି ଓ ପୁରୀରୁ ଜଣେ ଲେଖାଏଁ ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି ।