ଦିଲ୍ଲୀରେ କମୁଛି ସଂକ୍ରମଣ, ହେଲେ ମୃତ୍ୟୁରେ ଲାଗୁନି ବ୍ରେକ । ୨୪ ଘଣ୍ଟାରେ ୬,୪୩୦ ପଜିଟିଭ ଚିହ୍ନଟ, ୩୩୭ ଜଣଙ୍କ ମୃତ୍ୟୁ

126

କନକ ବ୍ୟୁରୋ: ଦିଲ୍ଲୀରେ କରୋନାର ନୂଆ ମାମଲା କମ ହୋଇଛି । ହେଲେ ମୃତ୍ୟୁ ସଂଖ୍ୟା ବଢିବାରେ ଲାଗିଛି । ଗତ ୨୪ ଘଣ୍ଟା ମଧ୍ୟରେ ୬,୪୩୦ ଜଣ ଲୋକ ପ୍ରାଣ ହରାଇଥିବା ବେଳେ ୩୩୭ ଜଣ ପ୍ରାଣ ହରାଇଛନ୍ତି । ସେହପରି ୧୧ ହଜାର ୫୯୨ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ସେପଟେ ଦିଲ୍ଲୀରେ ଏଯାଏଁ ୬୬ ହଜାର ୨୯୫ କରୋନା ରୋଗୀ ସକ୍ରିୟ ଅଛନ୍ତି ।

ଏହାସହ ଏବେ ଦିଲ୍ଲୀରେ ମୋଟ ୧୩ ଲକ୍ଷ ୮୭ ହଜାର ୪୧୧ରେ ପହଞ୍ଚିଛି କରୋନା ଆକ୍ରାନ୍ତଙ୍କ ସଂଖ୍ୟା । ଆଉ ୧୨ ଲକ୍ଷ ୯୯ ହଜାର ୮୭୨ ଜଣ ରୋଗୀ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ସେପଟେ ମୃତ୍ୟୁ ସଂଖ୍ୟା ୨୧ ହଜାର ୨୪୪ରେ ପହଞ୍ଚିଛି । ଦିଲ୍ଲୀରେ ଏବେ ସଂକ୍ରମଣ ହାର ୧୧.୩୨କୁ ଖସି ଆସିଛି ।