ଡା. ଚିତ୍ତରଞ୍ଜନ କରଙ୍କ ଶ୍ରାଦ୍ଧବାର୍ଷିକିରେ ନିଆରା ପରିକଳ୍ପନା । ସଂଗ୍ରାହଳୟରେ ସଜେଇ ହୋଇ ରହିଛି ପୁରୁଣା ସ୍ମୃତି

128

କନକ ବ୍ୟୁରୋ : ଆଜି ବି ସାଇତି ହୋଇରହିଛି ଚାକିରୀ କାଳର ସେହି ପ୍ରଥମ ସ୍କୁଟର । ବୁର୍ଲାର ଚାକିରୀ ଜୀବନ ଆରମ୍ଭ କଲାବେଳେ ଏହି ସ୍କୁଟର ଥିଲା ଅତି ନିଜର ସାଥି । ଡାକ୍ତରଖାନା ବାହାରେ ଲାଗିଥିବା ନାମ ଫଳକ ଆଜି ବି ସେ ପୁରୁଣା ଦିନକୁ ସତେଜ କରିଦେଉଛି । ଅବିକଳ ଡାକ୍ତରଖାନା ଭଳି ଦେଖାଯାଉଥିବା ଏହି ଘର ବଖାଣୁଛି ଦିବଂଗତ ଡାକ୍ତର ଚିତ୍ତରଞ୍ଜନ କରଙ୍କ କଥା ।

ପେଶାରେ ସେ ଥିଲେ ଡାକ୍ତର, କିନ୍ତୁ ଭିନ୍ନ ଥିଲା ତାଙ୍କ ନିଶା । ନିଜ ପାଇଁ ନୁହେଁ ବରଂ ସମାଜ ପାଇଁ ବଂଚୁଥିଲେ । ଲୋକଙ୍କ ସେବା କରୁ କରୁ ଗତ ବର୍ଷ କୋଭିଡରେ ସେ ପ୍ରାଣ ହରାଇଥିଲେ । ସେ ଚାଲିଯାଇଛନ୍ତି ହେଲେ ପରିବାର ଲୋକ ତାଙ୍କ ସ୍ମୃତିକୁ ଆଜି ବି ସାଇତି ରଖିଛନ୍ତି । ଚିତ୍ରରଂଜନ କରଙ୍କ ପ୍ରଥମ ଶ୍ରାଦ୍ଧବାର୍ଷିକରେ ଏଭଳି ନିଆରା ପରିକଳ୍ପନା କରିଛନ୍ତି ତାଙ୍କ ପରିବାର । ବାଲ୍ୟକାଳ ଠାରୁ ଶେଷ ଅବସ୍ଥା ଯାଏ ସବୁ ଘଟଣାବଳୀକୁ ନିଜ ଭିତରେ ଜାବୁଡି ଧରିଛି ଏହି ସଂଗ୍ରାହଳୟ ।