ଏପଟେ ମିଳିଲା ଗଳିତ ମୃତଦେହ, ସେପଟେ ବଢିଲା ମନ୍ତ୍ରୀଙ୍କ ସୁରକ୍ଷା : କ୍ୟାପଟେନ ଦିବ୍ୟଶଙ୍କରଙ୍କ ସରକାରୀ ବାସଭବନ ଆଗରେ ପୋଲିସ ଛାଉଣୀ

Advertisment
ଏପଟେ ମିଳିଲା ଗଳିତ ମୃତଦେହ, ସେପଟେ ବଢିଲା ମନ୍ତ୍ରୀଙ୍କ ସୁରକ୍ଷା : କ୍ୟାପଟେନ ଦିବ୍ୟଶଙ୍କରଙ୍କ ସରକାରୀ ବାସଭବନ ଆଗରେ ପୋଲିସ ଛାଉଣୀ

କନକ ବ୍ୟୁରୋ : କଳାହାଣ୍ଡି ମହାଲିଙ୍ଗ ସ୍ଥିତ ଷ୍ଟାଡିୟମରୁ ଗଳିତ ମୃତଦେହ ଉଦ୍ଧାର ହୋଇଛି । ସୁନା ଚେନ ଓ ପାଉଂଜି ମିଳିଛି । ପୋଡା କାଠ ଓ ପଟା ବି ଉଦ୍ଧାର କରାଯାଇଛି । ମୃତଦେହଟି ମମିତାଙ୍କର କି ନାହିଁ ହୋଇନାହିଁ ସ୍ପଷ୍ଟ । ଡିଏନଏ ପରୀକ୍ଷା କରିବାକୁ ନିଷ୍ପତି କରିପାରେ ପୋଲିସ । ଏପଟେ ମିଳିଲା ଗଳିତ ମୃତଦେହ, ସେପଟେ ମନ୍ତ୍ରୀଙ୍କ ସୁରକ୍ଷା ବ୍ୟବସ୍ଥା ବଢାଇ ଦିଆଯାଇଛି । କ୍ୟାପଟେନ ଦିବ୍ୟଶଙ୍କର ମିଶ୍ରଙ୍କ ସରକାରୀ ବାସଭବନ ଆଗରେ ପୋଲିସ ଛାଉଣୀ ହୋଇଛି । ସ୍କୁଲ ମାଲିକ ଗୋବିନ୍ଦଙ୍କୁ ମନ୍ତ୍ରୀ ସୁରକ୍ଷା ଦେଉଥିବା ନେଇ ଅଭିଯୋଗ ରହିଛି ।

ଅନ୍ୟପକ୍ଷରେ ସ୍କୁଲ ସଭାପତି ତଥା ସ୍କୁଲ ମାଲିକ ଗୋବିନ୍ଦ ସାହୁଙ୍କ ଏକ ଫୋନ୍‌ କଲ୍‌ରେକର୍ଡ ସାମ୍ନାକୁ ଆସିଛି। ଯେଉଁଥିରେ ଅପହୃତାଙ୍କ ସଂପର୍କୀୟ ଦାଦାଙ୍କ ସହିତ ଗୋବିନ୍ଦ କଥାବାର୍ତ୍ତା କରିଛନ୍ତି । କଥାବାର୍ତ୍ତା ସମୟରେ ଗୃହ ରାଷ୍ଟ୍ରମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କ ନାଁ ନେଇ ସେ କଥା ହେଉଥିଲେ । ‘ମନ୍ତ୍ରୀ ଫୋନ୍‌ ଉଠାଉ ନାହାନ୍ତି । ଭବାନୀପାଟଣାରେ ଅଛନ୍ତି ନା ନାହିଁ, ମୁଁ ଖବର ପାଇନି । କିନ୍ତୁ ତାଙ୍କ ପ୍ରାଇଭେଟ ସେକ୍ରେଟାରିଙ୍କୁ କହିଦେଇଛି । ମନ୍ତ୍ରୀ ଦିବ୍ୟଶଙ୍କରଙ୍କୁ ଘଟଣା ସଂପର୍କରେ ଅବଗତ କରାଇଛି। ସେ ଝିଅକୁ ଖୋଜି ବାହାର କରିବା ପାଇଁ ରାଜ୍ୟ ସ୍ତରରେ ଚେଷ୍ଟା କରିବେ’ । ସ୍କୁଲ ଅଧ୍ୟକ୍ଷା ମମିତା ନିଖୋଜ ପରେ ପରିବାର ଲୋକ ଖୋଜାଖୋଜି କରିବା ସମୟରେ ସ୍କୁଲ ମାଲିକ ଗୋବିନ୍ଦ ସାହୁ ତାଙ୍କ ସଂପର୍କୀୟଙ୍କୁ ଫୋନ୍‌ କରି ଏଭଳି କିଛି କଥାବାର୍ତ୍ତା କରିଥିଲେ ।

ଝିଅକୁ ଖୋଜି ବାହାର କରିଦେବେ ବୋଲି ମନ୍ତ୍ରୀଙ୍କ ନାଁ ନେଇ ଭରସା ଦେଇଥିଲେ । ଆଉ ଗୋବିନ୍ଦ ନିଜେ ଏବେ ପୁଲିସ ବାରାକରୁ ଫେରାର । ତେବେ ଗୋବିନ୍ଦ କଣ ପାଇଁ ମନ୍ତ୍ରୀଙ୍କ ନାଁ ନେଇଥିଲେ ? କାହିଁକି ଏଭଳି ଭରସା ପରିବାର ଲୋକଙ୍କୁ ଦେଇଥିଲେ ? ଏପଟେ ମମିତା ବସ୍‌ରୁ ଓହ୍ଲାଇବା ପରେ ଗୋବିନ୍ଦ ହିଁ ତାଙ୍କୁ କାର୍‌ରେ ବସାଇ ଭବାନୀପାଟଣା ନେଇଥିବା ପୁଲିସ ପ୍ରମାଣ ପାଇସାରିଛି। ଏଣୁ ଅପହରଣ ଘଟଣାରେ ନିଜେ ଗୋବିନ୍ଦ ଏକା ଜଡ଼ିତ ନା ଆଉ କିଏ ସବୁ ଲିଙ୍କ୍‌ରେ ଅଛନ୍ତି ତାହାର ତଦନ୍ତ ହେଲେ ଅନେକ ରହସ୍ୟ ସାମ୍ନାକୁ ଆସିବ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe