କନକ ବ୍ୟୁରୋ : ନାଗପୁରରେ କଂଗ୍ରେସର ବିଶାଳ ରାଲି । ଆରଏସଏସର ଗଢ଼ କୁହାଯାଉଥିବା ନାଗପୁରରୁ କଂଗ୍ରେସ ନିର୍ବାଚନ ଶଂଖନାଦ କରିଛି । ୧୩୯ତମ ପ୍ରତିଷ୍ଠା ଦିବସରେ ନାଗପୁର ମାଟିରୁ କଂଗ୍ରେସ ମହାରାଲୀ ହେ ତୟାର ହମ ବା ଆମେ ପ୍ରସ୍ତୁତ ଅଛୁ କାର୍ଯକ୍ରମ ଆୟୋଜନ କରିଛି । କଂଗ୍ର୍ରେସ ସଭାପତି ମଲ୍ଲିକାର୍ଜୁନ ଖଡଗେ, କଂଗ୍ରେସ ସାଂସଦ ରାହୁଲ ଗାନ୍ଧୀ ଓ ଦଳର ଅନ୍ୟ ବରିଷ୍ଠ ନେତା ଯୋଗ ଦେଇଛନ୍ତି । ସେପଟେ କୌଣସି କାରଣ ପାଇଁ ସୋନିଆ ଗାନ୍ଧୀ ଓ ପ୍ରିୟଙ୍କା ଗାନ୍ଧୀ ବାଡ୍ରା ଯୋଗ ଦେଇନାହାଁନ୍ତି ।
ସାଧାରଣ ନିର୍ବାଚନ ପାଇଁ ଆଉ କିଛି ମାସ ବାକି ରହିଛି । ଲଗାତାର ଦୁଇ ଦୁଇ ଥର ସାଧାରଣ ନିର୍ବାଚନ ହାରିବା ସହ ନିକଟରେ ହୋଇଥିବା ୫ ବିଧାନସଭା ନିର୍ବାଚନ ମଧ୍ୟ ଦଳ ନୈରାଶଜନକ ପ୍ରଦର୍ଶନ କରିଛି । ସେପଟେ ଦଳରୁ ଅନେକ ବରିଷ୍ଠ ଓ ଅଭିଜ୍ଞ ନେତା ଛାଡିଯିବା ପରେ ଦଳ ବର୍ତ୍ତମାନ କଷ୍ଟକରର ସ୍ଥିତି ଦେଇ ଗତି କରୁଛି । ତେଣୁ ଏଭଳି ସ୍ଥିତିରେ ୨୦୨୪ ନିର୍ବାଚନ ଦଳ ପାଇଁ କର ବା ମର ସ୍ଥିତି ହୋଇପାରେ । ସେପଟେ ବିଜେପି ବିରୋଧରେ ସବୁ ବିରୋଧୀ ଦଳ ଏକାଠି ହୋଇ ଇଣ୍ଡିଆ ମେଂଟ କରିଥିଲେ ବି ଏହାର ବିଶେଷ ପ୍ରଭାବ ଦେଖିବାକୁ ମିଳୁନି । ଏପରିକି ଅନେକ ବାର ମେଂଟରେ ଫାଟ ଖବର ମଧ୍ୟ ଆସୁଛି । ମହାରାଲି କରି କଂଗ୍ରେସ କି ବାର୍ତ୍ତା ଦେଉଛି, ଏଜେଣ୍ଡା ପ୍ରସ୍ତୁତ କରୁଛି ତା ଉପର ନଜର ରହିଛି । ସେପଟେ ବିଜେପି ଓ ଆରଏସଏସ ବିଚାରଧାରା ସବୁବେଳେ ଲଢୁଥିବା କହିଆସୁଛି କଂଗ୍ରେସ । ଏହା ଭିତରେ ନାଗପୁରରେ ନୂଆ ଅଭିଯାନ ଅରମ୍ଭ କରି ଦଳ ଏକଥା ଦର୍ଶାଇଛି ଯେ ମହାରାଲିରୁ କଂଗ୍ରେସ ମିଶନ ୨୦୨୪ ପାଇଁ ପ୍ରସ୍ତୁତ କରିଛି ।