ରାଜ୍ୟରେ ଅନଲକ୍ ନେଇ ଡିଏମଇଟିଙ୍କ ପ୍ରତିକ୍ରିୟା : କହିଲେ, ଲକଡାଉନ ଓ ଅନଲକ ଏକ ନିୟମିତ ପ୍ରକ୍ରିୟା; ପରିସ୍ଥିତିକୁ ଲକ୍ଷ୍ୟ କରି ସମୀକ୍ଷା ପରେ ନିଆଯିବ ନିଷ୍ପତ୍ତି

218

କନକ ବ୍ୟୁରୋ : ରାଜ୍ୟରେ କରୋନା ସଂକ୍ରମଣ କମିବାକୁ ଆଶ୍ୱସ୍ତିକର କଥା ବୋଲି କହିଛନ୍ତି ଡିଏମଇଟି ନିର୍ଦ୍ଦେଶକ ସିବିକେ ମହାନ୍ତି । ସେ କହିଛନ୍ତି ରାଜ୍ୟ ପାଇଁ ଏହା ଆଶ୍ୱସ୍ତିର କଥା । କମୁଛି ପଜିଟିଭ ହାର । ଆଶା କରିବା ଆଗକୁ ଆହୁରି ମଧ୍ୟ କମିବ । ଏବେ ଲକ୍ଡାଉନ୍ ଆଉ ଅନଲକ ନିୟମିତ ପ୍ରକ୍ରିୟା ହେଇଯାଇଛି । କାରଣ ଏହା ସଂକ୍ରମିତଙ୍କ ସଂଖ୍ୟା ଉପରେ ଓ ଲୋକଙ୍କ ବ୍ୟବହାର ଉପରେ ନିର୍ଭର କରୁଛି । ପରିସ୍ଥିତିକୁ ଲକ୍ଷ୍ୟ କରି ସମୀକ୍ଷା କରାଯିବ । ଅନଲକ କଲେ ସଂକ୍ରମଣ ଆଉ ଥରେ ହେବାର ସମ୍ଭାବନା ଉପରେ ଅନୁଧ୍ୟାନ କରାଯିବ । ତାପରେ ସରକାର ପଦକ୍ଷେପ ନେବେ ।

ଭାଇରସର ବହୁତ ଅଧିକ ମ୍ୟୁଟାଣ୍ଟ ରହିଛି । ନର୍ମାଲ ସାଇକେଲ ବେଳେ ମ୍ୟୁଟେସନ ଗୋଟେ ସାଧାରଣ ପ୍ରକ୍ରିୟା । ସେ ମଧ୍ୟରୁ କେତେକ ଇଫେକ୍ଟିଭ ଓ ଆଉ କେତେକ ଇନଇଫେକ୍ଟିଭ । ଡେ଼ଲଟା ପ୍ରଜାତି ମ୍ୟୁଟାଣ୍ଟ ପ୍ରଭାବ ଅଧିକ ଥିଲା । ଅନ୍ୟ ମ୍ୟୁଟାଣ୍ଟ ମଧ୍ୟ ଆସିପାରେ । ନକଲି ଔଷଧ ବେପାର ନୂଆ ନୁହେଁ । ସେଥିପାଇଜ ପୂର୍ବରୁ ମଧ୍ୟ ଆଇନ ଅଛି । ପରିସ୍ଥିତି ଆସିଲେ ମୁନାଫାଖୋର ବ୍ୟବସାୟୀ ଏମିତି କରନ୍ତି । ସରକାର ସଚେତନ ଅଛନ୍ତି । ତଦନ୍ତ ହୋଇ ଉପଯୁକ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ । ଇସିଏମଓ ପାଇଁ ଯୁଦ୍ଧକାଳୀନ ଭିତ୍ତିରେ ସରକାର ଟେଣ୍ଡର ପ୍ରକ୍ରିୟା ସହ ଅନ୍ୟାନ୍ୟ ବ୍ୟବସ୍ଥା କରିଛନ୍ତି ।

ମାନବସମ୍ବଳ ମଧ୍ୟ ପ୍ରସ୍ତୁତ କରି ରଖାଯାଇଛି । ଏମ୍ସ ନଭେମ୍ବରରୁ ପ୍ରକ୍ରିୟା ଆରମ୍ଭ କରି ଏପର୍ଯ୍ୟନ୍ତ କରିପାରିନାହାନ୍ତି । କମ୍ପାନି ଯେତେ ଜଲଦି ଦେବ ଆମେ କାର୍ଯ୍ୟକ୍ଷମ କରିବୁ । ସଂକ୍ରମଣ ହାର ବା ଟିପିଆର ସବୁବେଳେ ପରିବର୍ତ୍ତନ ହେଉଛି । କେତେବେଳେ ବଢୁଛି ପୁଣି କେତେବେଳର କମୁଛି । ଘର ଭିତରେ ଅଧିକ ଲୋକ ରହିଲେ ମଧ୍ୟ ମାସ୍କ ପିନ୍ଧନ୍ତୁ । ଅଯଥା ଗହଳିକୁ ଯାଆନ୍ତୁ ନାହିଁ, ଯଦି ଯାଉଛନ୍ତି ମାସ୍କ ପିନ୍ଧନ୍ତୁ । ହାତ ଧୁଆନ୍ତୁ । କୋଭିଡ କଟକଣା ଭିତରେ ରଜ ପାଳନ କରନ୍ତୁ ।