ତାଲା ବନ୍ଦ ବେଳେ ଆସିଲା ଖୁସି ଖବର: ସର୍ତ୍ତମୂଳକ ଭାବେ ଆଜିଠୁ ଖୋଲିବ ସମସ୍ତ ଦୋକାନ, ସପିଂ ମଲ୍ ଓ ସପିଂ କମ୍ପେ୍ଲକ୍ସକୁ ମିଳିନି ଅନୁମତି; ସ୍ୱରାଷ୍ଟ୍ର ମନ୍ତ୍ରାଳୟ ବିଜ୍ଞପ୍ତି ଜାରି

ହଟସ୍ପଟ୍ ଓ କନଟେନମେଂଟ ଅଂଚଳ ରହିବ ବାଦ୍

19,649

କନକ ବ୍ୟୁରୋ: ଆଜିଠାରୁ ଦେଶର ସମସ୍ତ ଦୋକାନ ଖୋଲିବ । କିନ୍ତୁ ଏଥିପାଇଁ କେତେକ ସର୍ତ ରଖିଛି ସ୍ୱରାଷ୍ଟ୍ର ମନ୍ତ୍ରାଳୟ । ଗତକାଲି ଏନେଇ ବିଜ୍ଞପ୍ତି ଜାରି କରିଛି ମନ୍ତ୍ରାଳୟ । ଦେଶରେ ଏବେ ତାଲାବନ୍ଦ ଘୋଷଣା ହୋଇଛି । ଏହା ଆସନ୍ତା ମେ ୩ ତାରିଖ ପର୍ଯ୍ୟନ୍ତ ଜାରି ରହିବ । ତେବେ ଏହି ସମୟ ମଧ୍ୟରେ ଏକ ବଡ ଘୋଷଣା କରିଛି ସ୍ୱରାଷ୍ଟ୍ର ମନ୍ତ୍ରାଳୟ । ଅଣ ଅତ୍ୟାବଶ୍ୟକ ଦୋକାନ ମଧ୍ୟ ଖୋଲା ରହିବ । ତେବେ ଏଥିରେ ଦୋକାନର ଅଧା କର୍ମଚାରୀ କାମ କରିପାରିବେ ।

ଏହା ସହ ସମସ୍ତେ ମାସ୍କ ପିନ୍ଧିବାକୁ ବାଧ୍ୟ ବୋଲି ଚିଠିରେ ଉଲ୍ଲେଖ ରହିଛି । କିନ୍ତୁ ସପିଂ ମଲ୍ କିମ୍ବା ସପିଂ କମ୍ପେ୍ଲକ୍ସ ଖୋଲି ପାରିବ ନାହିଁ ବୋଲି ସୂଚନା ଦେଇଛି ସ୍ୱରାଷ୍ଟ୍ର ମନ୍ତ୍ରାଳୟ । ତେବେ ଏହି କୋହଳ ହଟସ୍ପଟ କିମ୍ବା କଂଟାନମେଂଟ ଅଂଚଳରେ ଲାଗୁ ହୋଇ ପାରିବ ନାହିଁ ବୋଲି ସ୍ପଷ୍ଟ କରିଦେଇଛି ମନ୍ତ୍ରାଳୟ । ତେଣୁ ଆଜିଠାରୁ ଦେଶରେ ବ୍ୟବସାୟୀକ କାରବାର ଜୋର ଧରିବା ବୋଲି ଅନୁମାନ କରାଯାଉଛି । ତାଲାବନ୍ଦ ଯୋଗୁଁ ସମସ୍ତ ପ୍ରକାର ବ୍ୟବସାୟ ବନ୍ଦ ହୋଇଛି । କେବଳ ଅତ୍ୟାବଶ୍ୟକୀୟ ସାମଗ୍ରୀ ଭାବେ ପନିପରିବା, ଫଳ, ଔଷଧ ଓ ରାସନ ଦୋକାନ ଖୋଲା ରଖିବା ପାଇଁ ଅନୁମତି ଦିଆଯାଇଥିଲା ।