ବିଧାନସଭାରେ କେନ୍ଦ୍ର ଅବହେଳା ଓ ଫସଲବୀମା ପ୍ରସଙ୍ଗ ଉଠାଇବ ବିଜେଡ଼ି : ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ବସିଥିବା ବୈଠକରେ ନିଷ୍ପତ୍ତି

67

କନକ ବ୍ୟୁରୋ : ବିଧାନସଭାରେ ବିଜେଡି ଉଠାଇବ କେନ୍ଦ୍ର ଅବହେଳା ପ୍ରସଙ୍ଗ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନେତୃତ୍ୱରେ ବିଜେଡି ବିଧାୟକ ଦଳର ବୈଠକ ବସିଥିଲା । ଯେଉଁଥିରେ ଚାଷୀ ଅବହେଳା ପ୍ରସଙ୍ଗ, ରେଳବାଇ, ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନା କଥା ଉଠାଇବାକୁ ନିଷ୍ପତ୍ତି ହୋଇଛି । ଏଥିସହ ସମସ୍ତ ବିଧାୟକ ବିଧାନସଭାରେ ଉପସ୍ଥିତ ରହି ଅଂଶ ଗ୍ରହଣ କରିବାକୁ ମୁଖ୍ୟମନ୍ତ୍ରୀ କହିଥିବା କହିଛନ୍ତି ମନ୍ତ୍ରୀ ପ୍ରମିଳା ମଲ୍ଲିକ । ବାରମ୍ବାର ଏମଏସପି ବୃଦ୍ଧି ପାଇଁ ରାଜ୍ୟ ସରକାର ଦାବି କରୁଛନ୍ତି । ଏହି ପ୍ରସଙ୍ଗରେ ପ୍ରଧାନମନ୍ତ୍ରୀଙ୍କୁ ଭେଟିବା ପାଇଁ ସମୟ ମାଗିଲେ ମଧ୍ୟ ପ୍ରଧାନମନ୍ତ୍ରୀ କାର୍ଯ୍ୟାଳୟ ପକ୍ଷରୁ କୌଣସି ଉତ୍ତର ମିଳୁ ନାହିଁ ବୋଲି ବିଜେଡି ଅଭିଯୋଗ କରିଛି ।