ହାଇଟେକ୍ ହସ୍ପିଟାଲ ବିସ୍ଫୋରଣ ଘଟଣା: ହସ୍ପିଟାଲ ଆଗରେ କାନ୍ଦି କାନ୍ଦି ସ୍ୱାମୀଙ୍କ ମୃତଦେହ ମାଗୁଛନ୍ତି ଜ୍ୟୋତିଙ୍କ ପତ୍ନୀ । ବଢିଲା ଉତ୍ତେଜନା ।

1,412

କନକ ବ୍ୟୁରୋ: ହାଇଟେକ୍ ହସ୍ପିଟାଲ ଆଗରେ ଏକାଠି ହୋଇଛନ୍ତି ଜ୍ୟୋତିରଞ୍ଜନଙ୍କ ପରିବାର । ଯାହାଙ୍କ ପାଇଁ ସେମାନେ ୮ ଦିନ ହେଲା ହସ୍ପିଟାଲରେ ପଡି ରହିଥିଲେ, କେବେ ଭେଣ୍ଟିିଲେଟରରୁ ବାହାରିବେ, ସୁସ୍ଥ ହୋଇ ବାହାରକୁ ଆସିବେ ଚାହିଁ ରହିଥିଲେ । ସେହି ଜ୍ୟୋତିରଞ୍ଜନ ଯେତେବେଳେ ମୃତ ବୋଲି ଶୁଣୁଛନ୍ତି, ସେମାନଙ୍କ ପାଦ ତଳୁ ମାଟି ଖସିଯାଇଛି । ଦୁଃଖ ଓ କ୍ଷୋଭର ସହ ଦାବି କରୁଛନ୍ତି, ଆମକୁ ଜ୍ୟୋତି ଫେରାଇ ଦିଅନ୍ତୁ ନହେଲେ ତାଙ୍କ ମର ଶରୀର ଅନ୍ତିମ ସଂସ୍କାର ପାଇଁ ଦିଆଯାଉ । ହେଲେ ଏପଟେ ଦିଲ୍ଲୀପ ବୋଲି ଯାହାଙ୍କ ମୃତଦେହର ଅନ୍ତିମ ସଂସ୍କାର ସରିଛି, ସେ ଜ୍ୟୋତି ବୋଲି ଧୀରେ ଧୀରେ ସ୍ପଷ୍ଟ ହେଉଛି । ତେଣୁ ଜ୍ୟୋତିଙ୍କ ମର ଶରୀର ଆଉ ତାଙ୍କ ପରିବାରକୁ ହସ୍ତାନ୍ତର କରିବା ସମ୍ଭବ ନୁହେଁ । ହେଲେ ପରିବାର କିନ୍ତୁ ମୃତଦେହ ପାଇଁ ଅଡି ବସିଛି । ଜ୍ୟୋତିଙ୍କ ପତ୍ନୀ ହସ୍ପିଟାଲ ଆଗରେ କାନ୍ଦି କାନ୍ଦୀ ନିଜ ସ୍ୱାମୀ କୁଆଡେ ଗଲେ ବୋଲି ବାରମ୍ବାର ପଚାରୁଥିବା ଶୁଣିବାକୁ ମିଳୁଛି ।

ହାଇଟେକ୍ ହସ୍ପିଟାଲରେ ବିସ୍ଫୋରଣ ଘଟଣାରେ ମୃତ ଘୋଷିତ ଦିଲ୍ଲୀପ ବଞ୍ଚିିଥିବା ଚର୍ଚ୍ଚା ବଢ଼ୁଥିବା ବେଳେ ଦ୍ୱନ୍ଦ୍ୱ ଦୂର ପାଇଁ ଡିଏନଏ ଟେଷ୍ଟ କରାଯାଇପାରେ । ଆଜି ହସ୍ପିଟାଲ ପକ୍ଷରୁ ଏକ ସାମ୍ବାଦିକ ସମ୍ମିଳନୀରେ ଏନେଇ ସୂଚନା ଦିଆଯାଇଛି । ଚିକିତ୍ସା କରୁଥିବା ଡାକ୍ତର କହିଛନ୍ତି ଦିଲ୍ଲୀପ ବୋଲି କହୁଥିବା ବ୍ୟକ୍ତି ୯୦-୯୫ ପ୍ରତିଶତ ଦିଲ୍ଲୀପ ସାମନ୍ତରାୟ ହିଁ ବୋଲି ସେ ସ୍ୱଷ୍ଟ ହେଉଛନ୍ତି । କାରଣ ଦିଲ୍ଲୀପଙ୍କ ସମ୍ପର୍କରେ ପଚରା ଯାଉଥିବା ପ୍ରତିଟି କଥା ସେ ଅତି ସ୍ପଷ୍ଟ ଓ ସଠିକ୍ ଭାବେ କହିପାରୁଛନ୍ତି ବୋଲି ମନସ୍ତତ୍ତ୍ୱବିତ୍ କହିଛନ୍ତି ।