କନକ ବ୍ୟୁରୋ : ବୋହୂକୁ ହତ୍ୟା ଅଭିଯୋଗ, ସ୍ୱାମୀକୁ ଅଟକ ରଖି ପଚରାଉଚରା କରୁଛି ପୋଲିସ । ଶାଶୂଘର ଲୋକ ବୋହୂ ଆତ୍ମହତ୍ୟା କରିଥିବା କହୁଥିବା ବେଳେ ପରିବାର ଲୋକେ ହତ୍ୟା ଅଭିଯୋଗ ଆଣିଛନ୍ତି । ବାଲେଶ୍ୱର ଜିଲ୍ଲା ସହଦେବଖୁଣ୍ଟାର ଆସିଛି ଏହି ସଙ୍ଗୀନ ଅଭିଯୋଗ । ମୃତକ ହେଉଛନ୍ତି ସହଦେବଖୁଣ୍ଟାର ରାଜେଶ ପଣ୍ଡାଙ୍କ ସ୍ତ୍ରୀ ଇତିଶ୍ରୀ ତିୱାରୀ । ତିନି ବର୍ଷ ପୂର୍ବେ ସହଦେବଖୁଣ୍ଟାର ରାଜେଶ ପଣ୍ଡାଙ୍କ ସହ ବାଲେଶ୍ୱର ଆଜୀମାବାଦର ଇତିଶ୍ରୀଙ୍କ ବୈଦିକ ରୀତିରେ ବାହାଘର ହୋଇଥିଲେ ।

Advertisment

ବିବାହ ପରେ ସବୁ କିଛି ଠିକଠାକ ଚାଲିଥିଲା । ରାଖୀରେ ବାପା ଘରକୁ ଯାଇ ରାଖୀ ବାନ୍ଧୀ ସ୍ୱାମୀଙ୍କ ସହ ଶାଶୁ ଘରକୁ ଫେରିଥିଲେ ଇତିଶ୍ରୀ । ହେଲେ ତିନି ଦିନ ପରେ ଇତିଶ୍ରୀ ଆତ୍ମହତ୍ୟା କରିଥିବା ଖବର ପାଇଥିଲେ ପରିବାର ଲୋକେ । ମୃତଦେହ ନିକଟରୁ ଇତିଶ୍ରୀଙ୍କ ସୁଇସାଇଡ ନୋଟ ମଧ୍ୟ ପୋଲିସ ଜବତ କରିଛି । ମୃତଦେହର ଅନ୍ୟ ସ୍ଥାନରେ ଆଘାତ ଚିହ୍ନ ରହିଛି । ତେଣୁ ଝିଅ ଆତ୍ମହତ୍ୟା ନୁହେଁ ଶାଶୂ ଓ ବଡ ବୋହୂ ମିଶି ହତ୍ୟା କରିଥିବା ଇତିଶ୍ରୀଙ୍କ ପରିବାର ଅଭିଯୋଗ ଆଣିଛନ୍ତି ।