କନକ ବ୍ୟୁରୋ : ଏକ ରୋମାଞ୍ଚକର ମ୍ୟାଚରେ ଶ୍ରୀଲଙ୍କାକୁ ହରାଇଲା ଭାରତ । ମାତ୍ର ୨ ରନରେ ବିଜୟୀ ହେଲା ଟିମ୍ ଇଣ୍ଡିଆ । ପ୍ରଥମେ ବ୍ୟାଟିଂ କରି ଭାରତ ୫ ୱିକେଟ୍ ହରାଇ କରିଥିଲା ୧୬୨ ରନ୍ । ଜବାବରେ ଶ୍ରୀଲଙ୍କା ଲଢୁଆ ବ୍ୟାଟିଂ କରିଥିଲେ ମଧ୍ୟ ଶେଷରେ ୧୬୦ ରନ୍ କରି ଅଲଆଉଟ୍ ହୋଇଯାଇଥିଲା । ଡେବ୍ୟୁ ମ୍ୟାଚରେ ୪ଟି ୱିକେଟ୍ ନେଇଥିଲେ ଶିବମ ମାଭି । ଭାରତ ପକ୍ଷରୁ ଓପନର ଇଶାନ କିଶନ ୩୭ ରନ୍ କରିଥିବା ବେଳେ ଦୀପକ ହୁଡ୍ଡା ୪୧ ଓ ଅକ୍ଷର ପଟେଲ ୩୧ ରନ୍ କରିଥିଲେ । ଲଢୁଆ ବ୍ୟାଟିଂ ପାଇଁ ଦୀପକ ହୁଡ୍ଡା ପ୍ଲେୟାର ଅଫ୍ ଦ ମ୍ୟାଚ୍ ହୋଇଥିଲେ । ସେହିପରି ଟି-୨୦ ପଦାର୍ପଣ କରିଥିବା ଓପନର ଶୁଭମନ ଗିଲ ମାତ୍ର ୭ ରନ୍ କରି ଆଉଟ୍ ହୋଇଥିଲେ ।

Advertisment

ଶ୍ରୀଲଙ୍କା ବିପକ୍ଷରେ ଭାରତ ଷଷ୍ଠ ୱିକେଟ୍‌ ଭାଗୀଦାରିରେ ଏହି ଯୋଡ଼ି ନୂଆ କୀର୍ତ୍ତିମାନ କରିବା ସହ ୨୦୧୭-୧୮‌ରେ ଦୀନେଶ କାର୍ତ୍ତିକ ଓ ମହେନ୍ଦ୍ର ସିଂହ ଧୋନିଙ୍କୁ ଟପିଥିଲେ । ବିଜୟ ଲକ୍ଷ୍ୟକୁ ପିଛା କରିବାକୁ ଯାଇ ଶ୍ରୀଲଙ୍କା ମଧ୍ୟ ପ୍ରାରମ୍ଭିକ ବିର୍ଯ୍ୟୟର ଶିକାର ହୋଇଥିଲା । ପଦାର୍ପଣକାରୀ ଶିବମ ମାଭି ତାଙ୍କର ପ୍ରଥମ ଓଭରରେ ପଥୁମ ନିଶାଙ୍କ ଓ ଦ୍ବିତୀୟ ଓଭରରେ ଧନଞ୍ଜୟ ଡି’ସିଲ୍‌ଭାଙ୍କୁ ଆଉଟ କରିଥିଲେ । ମଧ୍ୟକ୍ରମରେ ଅଧିନାୟକ ଦାସୁନ ଶଣକା କିଛି ବଡ଼ ସଟ୍‌ ଖେଳିଥିଲେ ବି ଉମ୍ରାନ ମଲ୍ଲିକଙ୍କ ବଲ୍‌ରେ ଆଉଟ୍‌ ହେବାରୁ ଶ୍ରୀଲଙ୍କା ଆଶା ମଉଳି ଯାଇଥିଲା । ତଥାପି ଶେଷ ବଲ୍‌ ପର୍ଯ୍ୟନ୍ତ ରୋମାଞ୍ଚ ଯାଇଥିଲେ ବି ବିଜୟ ପାଇଁ ୪ ରନ୍‌ ଆବଶ୍ୟକ ହେଉଥିଲା ବେଳେ ଅକ୍ଷର ପଟେଲ୍‌ ମାତ୍ର ୧ ରନ୍‌ ବ୍ୟୟ କରି ଦଳକୁ ଜିତାଇଥିଲେ ।