ଋଣ ବୋଝ ନେଇଗଲା ଜୀବନ! ବେକରେ ଦଉଡ଼ି ଦେଇଦେଲେ ଦମ୍ପତି

411

କନକ ବ୍ୟୁରୋ: ବାନାମ୍ବର ବେହେରା । ବୟସ ୫୮ ବର୍ଷ । ବନିତା ବେହେରା । ବୟସ ୫୩ ବର୍ଷ । ସମ୍ପର୍କରେ ଏମାନେ ସ୍ୱାମୀ-ସ୍ତ୍ରୀ । ଘର, ପୁରୀ ଜିଲ୍ଲା କଣାସ ବ୍ଲକ୍ ଅଁଳା ଯୋଡ଼ି ଗାଁରେ । ଏହି ବୟସ୍କ ଦମ୍ପତି ଋଣ ବୋଝ ଜନିତ ନିର୍ଯାତନା ସହିନପାରି ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଛି । ଅଭିଯୋଗ ଅନୁସାରେ, ପିଲାଙ୍କୁ ମଣିଷ କରିବା ପାଇଁ ଏହି ଦମ୍ପତି ଏକ ଘରୋଇ ଘରୋଇ ଫାଇନାନ୍ସ କମ୍ପାନୀଠାରୁ ପ୍ରାୟ ୩ଲକ୍ଷ ଟଙ୍କା ଋଣ କରିଥିଲେ । ହେଲେ ଆର୍ଥିକ ସ୍ଥିତି ଭଲ ନଥିବାରୁ କିସ୍ତି ଟଙ୍କା ଦେଇପାରୁନଥିଲେ । ଯାହାକୁ ନେଇ ଫାଇନାନ୍ସ କଂପାନୀର କର୍ମଚାରୀମାନେ ବିଭିନ୍ନ ସମୟରେ ଘରେ ପଶି ଧମକ୍ଚକମ ଦେଉଥିଲେ । ଆଉ ଗତାକାଲି ରାତି, ଘରେ ପଶି ଟଙ୍କା ନଦେବା ଯାଏଁ ଯିବୁ ନାହିଁ ବୋଲି ଧମକ ଦେଇଥିଲେ । ଏମିତି କି ଗାଳିଗୁଳଜ କରିଥିଲେ । ଏହାକୁ ସହ୍ୟ କରିପାରିନଥିଲେ ବୃଦ୍ଧ ଦମ୍ପତି ।

କେହି କଳ୍ପନା ବି କରିପାରିନଥିଲେ ଯେ, ଏହି ଦମ୍ପତି, ଚରମ ନିଷ୍ପତି ନେଇଯିବେ । କିନ୍ତୁ ସକାଳୁ ସକାଳୁ ଯେଉଁ ଚିତ୍ର ସାମ୍ନାକୁ ଆସିଥିଲା, ତାହା କଳାସ ଅଞ୍ଚଳରେ ଚର୍ଚ୍ଚା ଖେଳାଇ ଦେଇଥିଲା । ବେକରେ ଦଉଡ଼ି ଦେଇ ଝୁଲି ପଡ଼ିଥିଲେ ବାନାମ୍ବର ଏବଂ ବନିତା । ଉଭୟଙ୍କୁ ଖୋର୍ଦ୍ଧା ଜିଲ୍ଲା ମୁଖ୍ୟ ହସ୍ପିଟାଲ ନିଆଯାଇଥିଲା ସତ । କିନ୍ତୁ ସେତେବେଳେ ଆଉ କିଛି ନଥିଲା ।

କଣାସରେ ଘଟିଥିବା ଏହି ଘଟଣା ଅନେକ ଗୁଡ଼ିଏ ପ୍ରଶ୍ନ ଛିଡ଼ା କରୁଛି
– ଘରୋଇ ଭାବେ ଅର୍ଥ କାରବାର କରୁଥିବା ଏହି ସଂସ୍ଥା କିମ୍ବା ବ୍ୟକ୍ତିଙ୍କ ଉପରେ ନଜର ରଖୁଛି କିଏ?
– ଋଣ ନାଁରେ ଜୁଲମ୍ କରୁଥିବା ଏହି ସଂସ୍ଥାଙ୍କୁ ପ୍ରସୟ ଦେଉଛି କିଏ?