କନକ ବ୍ୟୁରୋ: ଋଣ ଭାର ଉଜାଡି ଦେଲା ସୁନାର ସଂସାର । ଋଣ ଭାର ଅସହ୍ୟ ହେବାରୁ ୪ ଦିନରେ ଯାଇଛି ତିନୋଟି ମୂଲ୍ୟବାନ ଜୀବନ । ବେସାହାର ହୋଇଯାଇଛନ୍ତି ଦୁଇ ସନ୍ତାନ । ବାଲେଶ୍ୱର ଜିଲ୍ଲା ନୀଳଗିରି ଥାନା ଚଣ୍ଡୀପୁର ଗାଁରେ ଦେଖିବାକୁ ମିଳିଛି ଏଭଳି ହୃଦୟ ବିଦାରକ ଘଟଣା ।

Advertisment

ଗାଁର ସ୍ୱରୂପାନନ୍ଦ ଦେବଗୋସ୍ୱାମୀ ଏବଂ ତାଙ୍କ ପତ୍ନୀ ସୁଶ୍ରୀ ସଂଗୀତା ଦେବଗୋସ୍ୱାମୀ ଋଣ ଆଣି ହଲର୍ ଓ ମୁଢ଼ି ଭଜା ମେସିନ ପକାଇ ଗୁଜୁରାଣ ମେଣ୍ଟାଉ ଥିଲେ। ଋଣ ପ୍ରଦାନକାରୀ ସଂସ୍ଥା ଋଣ ପରିଶୋଧ ପାଇଁ ବାରମ୍ବାର ଜୁଲମ କରିବା ପରେ ଶେଷରେ ଲୋକଲଜ୍ୟାକୁ ଡରି ଗତ ବୁଧବାର ରାତିରେ ବିଷ ପିଇ ଆତ୍ମହତ୍ୟା କରିଥିଲେ । ଏପଟେ ପୁଅ ଓ ବୋହୂର ମୃତ୍ୟୁରେ ମ୍ରିୟମାଣ ହୋଇ ବାପା ଜୟକୃଷ୍ଣ ନନ୍ଦ ଦେବଗୋସ୍ୱାମୀଙ୍କ ମୃତ୍ୟୁ ହୋଇଛି । ସ୍ୱରୂପାନନ୍ଦ ଦେବଗୋସ୍ୱାମୀଙ୍କର ଦୁଇଟି ସନ୍ତାନ ଥିବା ବେଳେ ପୁଅ +୨ରେ ଉତ୍ତୀର୍ଣ୍ଣ ହୋଇଥିବା ବେଳେ ଏକମାତ୍ର ଝିଅ ୬ଷ୍ଠ ଶ୍ରେଣୀରେ ପଢ଼ୁଥିବା ଜଣାଯାଇଛି।